ବ୍ଳକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଶ୍ରୀ ଗରୂଡେଶ୍ୱର ଉଚ୍ଚ ବିଦ୍ୟାଳୟରେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ ।।

0 182

ବେଲଗୁଣ୍ଠା,୧୩/୦୮(ପିପିଟି):ଧରାକୋଟ୍ ବ୍ଳକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଗାଙ୍ଗପୁର ଥାନା ଅନ୍ତର୍ଗତ ଝାଡ଼ବନ୍ଧ ସ୍ଥିତ ଶ୍ରୀ ଗରୂଡେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ସିଙ୍ଗିପୁର ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ବିଶ୍ୱରଞ୍ଜନ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଏବଂ ଶ୍ରୀ ଗରୂଡେଶ୍ୱର ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକଙ୍କ ସହଯୋଗରେ ଝାଡ଼ବନ୍ଧ ଅଞ୍ଚଳର କ୍ରୀଡ଼ା ପ୍ରତିଭା ମାନଙ୍କୁ ଅନ୍ଵେଷଣ କରିବା ସହିତ ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ସେମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଜି ଖୋ,ପୁଟ୍ ସଟ୍,ଡିସ୍କସ୍ ଥ୍ରୋ, ସନ୍ତରଣ, କ୍ରିକେଟ୍ ଭଳି ଛଅଟି ବିଭାଗରେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଟ୍ଟନାୟକ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶିକ୍ଷକ ପ୍ରମୋଦ ଚରଣ ବରଡ଼,ସନ୍ତୋଷ କୁମାର ବିଷୋୟୀ, ଅରୁଣ ସ୍ୱାଇଁ, ରାଜେନ୍ଦ୍ର ମଲ୍ଲିକ୍, ଶିକ୍ଷୟିତ୍ରୀ କନ୍ୟାକୁମାରୀ ପାତ୍ର,ସ୍ଥାନୀୟ ସିଆରସିସି ଶ୍ରୀକାନ୍ତ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପ୍ରଥମ ଥର ପାଇଁ ଶ୍ରୀ ଗରୂଡେଶ୍ୱର ଉଚ୍ଚ ବିଦ୍ୟାଳୟରେ ପ୍ରଶିକ୍ଷଣ ଶିବିର ଆନୁଷ୍ଠିତ ହେଉଥିବାରୁ ଏହା ଗ୍ରାମାଞ୍ଚଳର କ୍ରୀଡାବିତ୍ ମାନଙ୍କୁ କ୍ରୀଡ଼ା ଦକ୍ଷତା ପ୍ରତିପାଦନ କରିବାରେ ବେଶ୍ ସହାୟକ ହେବ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ପଟ୍ଟନନାୟକ ପ୍ରକାଶ କରିଛନ୍ତି । ନିଜ ବିଦ୍ୟାଳୟରେ କ୍ରୀଡ଼ା ପ୍ରଶିକ୍ଷଣ ଶିବିର ଆୟୋଜିତ ହେଉଥିବାରୁ ଶ୍ରୀ ଗରୂଡେଶ୍ୱର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି ।

ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.