ବ୍ଲକ ସ୍ତରୀୟ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ।

0 242

ସୁବର୍ଣ୍ଣପୁର ,୨୬/୦୭(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ଵୀରମହାରାଜପୁର ବ୍ଲକ ସଭାଗୃହ ରେ ବେସିକ ନିଡସ ଇଣ୍ଡିଆ ବାଙ୍ଗାଲୋର ସହାୟତା ରେ ରେଆର ସୋନପୁର ଦ୍ୱାରା ବ୍ଲକ ସ୍ତରୀୟ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ରେଆର ଅନୁଷ୍ଠାନର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ କାର୍ଯ୍ୟକ୍ରମ ର ଉଦେଶ୍ୟ ବିଷୟରେ ଉପସ୍ଥାପନା କରିଥିଲେ l ବୀରମହାରାଜପୁର ବ୍ଲକ ର ପନ୍ଦର ଗୋଟି ପଂଚାୟତ ରେ ଥିବା ମାନସିକ ଅସୁସ୍ଥ ବ୍ୟକ୍ତି ମାନଙ୍କ ବର୍ତ୍ତମାନ ସ୍ଥିତି ସମ୍ପର୍କ ରେ କାର୍ଯ୍ୟକ୍ରମ ସହାୟକ ମିତ୍ରଭାନୁ ମଲ୍ଲିକ ତଥ୍ୟ ପ୍ରଦାନ କରିଥିଲେ l ଏଥିରେ ଅତିଥିଭାବେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅଞ୍ଜୁଲତା ମିଶ୍ର,ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର ଶିବ କର୍ମୀ,ଟିକରାମ ପଟେଲ,ରୁପେଶ ନାଏକ,ଵୀରମହାରାଜପୁର ବ୍ଲକ ଜୀବିକା ମିଶନ ପ୍ରତିନିଧି ରଂଜିତ ଖମାରି,ସୁବଳୟା ଭି ଏ ଏସ ଡା.ଆକାଶ କୁମାର ସାହୁ,ବେସିକ ନିଡ଼ଶ ଇଣ୍ଡିଆ ରାଜ୍ୟ ସଂଯୋଜକ ରାଜୀବ କର୍ମୀ,ସିୟା ସମ୍ପାଦକ ସୁଦାମ ଗାଈଗରିଆ ଯୋଗ ଦେଇ ମାନସିକ ଅସୁସ୍ଥ ବ୍ୟକ୍ତି ମାନଙ୍କ ଚିକିତ୍ସା,ଜୀବନ ଜୀବିକା,ପରିବାର ସହାୟତା ଗୋଷ୍ଠୀ ର ନିରନ୍ତର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ l ଶେଷରେ କାର୍ଯ୍ୟକ୍ରମ ଅଧିକାରୀ ବିଶ୍ୱମ୍ବର ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସ୍ୱେଚ୍ଛାସେବୀ ପ୍ରତିଭା ଟାଳି,ସନ୍ତୋଷିନୀ ନାୟକ,ଜୟନ୍ତୀ ପଣ୍ଡା ସହଯୋଗ କରିଥିଲେ l

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.