ବ୍ଲକ ସ୍ତରୀୟ ବିଜ୍ଞାନ ପାଠଚକ୍ର ।

0 294

ବେଲଗୁଣ୍ଠା ,୨୧/୦୯(ପିପିଟି):ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଚନ୍ଦ୍ରଶେଖର ଆଞ୍ଚଳିକ ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନ ପାଠଚକ୍ର ବିଜ୍ଞାନ ଶିକ୍ଷକ ସୁଶାନ୍ତ କୁମାର ସାହୁ ଗଣିତ ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ ଙ୍କ ସହଯୋଗ ତଥା ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଗୈାଡଙ୍କ ନିର୍ଦ୍ଦେଶନାରେ ସଫଳତା ର ସହ ଅନୁଷ୍ଠିତ ହୋଇ ଯାଇଅଛି । ଗୋଷ୍ଠୀ ଶିକ୍ଷାଧିକାରୀ କଲ୍ୟାଣୀ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସରପଞ୍ଚ ରଶ୍ମିତା ସାହୁ ଓ ନୋଡାଲ ସ୍କୁଲ୍ ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ନାୟକ ଯୋଗଦେଇ ଥିଲେ । ଏଥିରେ ବ୍ଲକ ର ପ୍ରାୟ ୨୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସନ୍ଦର୍ଭ ଏ. ଆଇ କୁ ନେଇ ଛାତ୍ର ଛାତ୍ରୀଙ୍କ ଉପସ୍ଥାପନା ଉଚ୍ଚକୋଟିର ଥିଲା । ତେନ୍ତୁଳିଆ ଶାସନ ବିଜୟ ଧନୁର୍ଜୟ ପୁର ମହାବିଦ୍ୟାଳୟ ର ଶରୀର ବିଜ୍ଞାନ ଅଧ୍ୟାପକ ଡଃ, ପୂର୍ଣ୍ଣଚନ୍ଦ୍ର ପଣ୍ଡା ଏବଂ ପଦାର୍ଥ ବିଜ୍ଞାନ ଅଧ୍ୟାପକ ମନୋଜ କୁମାର ଦାସ ବିଚାରକ ଭାବେ ଯୋଗ ଦେଇଥିଲେ। ଲିଖିତ ଏବଂ
ମୈ।ଖୀକ ପରୀକ୍ଷା, ଇତ୍ୟାଦି ବିଷୟରେ ପ୍ରତିଯୋଗୀ ମାନେ ଉତ୍କର୍ଷତା ପ୍ରତିପାଦନ କରିବା ସହ ଉପସ୍ଥିତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କୁ ଏ . ଆଇ ର ଉପଯୋଗିତା ସମ୍ଵନ୍ଧରେ ବାର୍ତା ପ୍ରଦାନ କରିଥିଲେ । ପରିଶେଷରେ ଚନ୍ଦ୍ର ଶେଖର ଆଞ୍ଚଳିକ ବାଳିକା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଲୀଜା ଜେନା ଙ୍କୁ ବିଜେତା ଘୋଷଣା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟତ୍ରୀ ମଧୁସ୍ମିତା ସାହୁ ପ୍ରତୀମା ରଥ, ପୁଷ୍ପାଞ୍ଜଳି ମିଶ୍ର, ନମିତା ପାଳ ଆଦି ସହଯୋଗ କରିଥିଲେ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.