ବ୍ଲକ୍ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଡ଼ାକ୍ଟରୀ ପରୀକ୍ଷଣ ଓ ଚିହ୍ନଟ ଶିବିର।

0 224

ପୋଲସରା ,୧୫/୦୮(ପିପିଟି) : ସମଗ୍ର ଶିକ୍ଷା ଆନୁକୁଲ୍ୟ ଏଵଂ ପୋଲସରା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ପିମଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସର ବ୍ଲକ୍ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ଡ଼ାକ୍ଟରୀ ପରୀକ୍ଷଣ ଏଵଂ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଥିଲା। ସୂଚନା ଯୋଗ୍ୟଯେ,କେନ୍ଦ୍ର ସରକାରଙ୍କ ଅଖିଳ ଭାରତୀୟ ଶିକ୍ଷା ସମାଗମ ପାଳନ ଅବସର ତଥା ଜାତୀୟ ଶିକ୍ଷାନୀତି- ୨୦୨୦ର ପଞ୍ଚମ ବାର୍ଷିକ ପୂର୍ତ୍ତି ଉପଲକ୍ଷେ ଆଲମିକୋ ଭୂବନେଶ୍ୱର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମଟିକୁ ମୁଖ୍ୟ ଅତିଥି ପୋଲସରା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସ୍ୱରୂପ କୁମାର ପାତ୍ର ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଶୁଭ ଉଦଘାଟନ କରିଥିବାବେଳେ ଅନ୍ୟତମ ଅତିଥିଭାବେ ଉକ୍ତ ଗୋପବନ୍ଧୁ ଶିକ୍ଷା ଅନୁଷ୍ଠାନର ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ଷଡ଼ଙ୍ଗୀ,ଜିଲ୍ଲା
ଅନ୍ତର୍ନିବେଶୀ‌‌ ଶିକ୍ଷା ସ°ଯୋଜକ (ଆଇନ) ସ°ଯୋଜକ ତପନ କୁମାର ସାହୁ,ବିଜୟ କୁମାର ବେହେରା (ଗୋଷ୍ଠୀ ସମ୍ବଳ ଶିକ୍ଷକ) ଗଂଜାମ ବ୍ଲକ୍,ଅଜୟ କୁମାର ସାହୁ (ଗୋଷ୍ଠୀ ସମ୍ବଳ ଶିକ୍ଷକ) ପୁରୁଷୋତ୍ତମପୁର ବ୍ଲକ୍, ଉପେନ୍ଦ୍ର କେମାର ସେଠୀ ଓ ଶ୍ରୀମତୀ କମଳିନୀ ମହାପାତ୍ର (ଉଭୟେ ଗୋଷ୍ଠୀ ସମ୍ବଳ ଶିକ୍ଷକ) ପୋଲସରା ବ୍ଲକ୍ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଅତିଥିମାନେ ଜାତୀୟ ଶିକ୍ଷାନୀତି ଏଵଂ ସମଗ୍ର ଶିକ୍ଷା ତଥା ଅନ୍ତର୍ନିବେଶି ଶିକ୍ଷା ଉପରେ ଆଲୋକପାତ କରିବାସହ ବିଶେଷକରି ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ କିଭଳି ଭାବେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ସେଥିଉପରେ ପ୍ରାଞ୍ଜଳଭାବେ ବୁଝାଇଥିଲେ। ପରେ ବ୍ଲକ୍ ଓ ଏନ୍ଏସି ଅଧିନସ୍ଥ ବିଭିନ୍ନ ସରକାରୀ ବିଦ୍ୟାଳୟ ଗୁଡିକରୁ ମୋଟ୍ ୭୯ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏଵଂ ସେମାନଙ୍କ ଅଭିଭାବକମାନେ ଅ°ଶ ଗ୍ରହଣ କରିଥିବାବେଳେ ଆଲମିକୋ ସ°ସ୍ଥାର ଅ°ଶୁଶର୍ମା, ବେଦପ୍ରକାଶ ଓ ନିହାର ରଞ୍ଜନ ମଲ୍ଲିକ ପ୍ରମୁଖ ସ୍ବାସ୍ଥ୍ୟଷ୍ଟାଫମାନେ ଉପସ୍ଥିତ ରହି ସହାୟକ ଉପକରଣ ବ୍ୟବହାର ଏଵଂ ବିନିଯୋଗ ଉପରେ ପ୍ରେରଣା ଦେବାସହ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷଣ ଏଵଂ ରୋଗର ଚିହ୍ନଟ କରିସାରିବାପରେ ୧୮ ଗୋଟି ଶ୍ରବଣ ଯନ୍ତ୍ର, ତିନିଚକିଆ ସାଇକେଲ ୨ଟି, ହ୍ୱିଲ୍‌ ଚେୟାର ୭ଟି ରୋଲଟର୍ ୧୭ଟି, ୱାଲକେର୍ ଗୋଟାଏ, ଟିଏଲଏମ୍ କିଟ୍ ୪୩ ଓ ସିପିହ୍ୱିଲ୍‌ ଚେୟାର ୮ଟି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ବ୍ଲକ୍ ଓ ଏନ୍ଏସିର ସମସ୍ତ ସିଆରସିସିଙ୍କ ସମେତ ସମସ୍ତ ଅନ୍ତର୍ନିବେଶୀ ଶିକ୍ଷା ସେଚ୍ଛାସେବୀମାନେ ଉପସ୍ଥିତରହି ସହଯୋଗ କରିଥିଲେ। ଏହି ମହତ୍ ସେବାକାର୍ଯ୍ୟକୁ ଅତିଥି ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସ°ଯୋଜକ ତପନ କୁମାର ସାହୁ ସୁଚାରୁରୂପେ ପରିଚାଳନା କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.