ବ୍ଲକ୍ ପ୍ରଶାସନ ପକ୍ଷରୁ ୭୮ତମ ସ୍ଵାଧୀନତା ଦିବସ ଓ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ।

0 356

ବୋଲଗଡ଼,୧୩/୦୮(ପିପିଟି): ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବୋଲଗଡ଼ ବ୍ଲକ୍ ପ୍ରଶାସନ ପକ୍ଷରୁ ୭୮ତମ ସ୍ଵାଧୀନତା ଦିବସ ଓ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ସ୍କୁଲ ମାନଙ୍କର ଛାତ୍ର ଛାତ୍ରୀ ମାନେ ଗୀତ ,ନାଚ ଓ କଳା କୃତି ପ୍ରଦର୍ଶନ କରିଥିଲେ ।ଏହି ପ୍ରଦର୍ଶନୀକୁ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବୋଲଗଡ଼ ବିଡ଼ିଓ ଶରତ ଚନ୍ଦ୍ର ମଲ୍ଲିକ ,ଜିଲ୍ଲାପରିଷଦ ସୁବାସ ଚନ୍ଦ୍ର ରାୟଗୁରୁ , ଜିଲ୍ଲା ପରିଷଦ ସଦସ୍ୟା ସୁନନ୍ଦିତା ସାହୁ , ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ ,ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ସାହୁ , ଏ ବିଡ଼ିଓ ରତିକାନ୍ତ ମିଶ୍ର ପ୍ରମୁଖ ଅତିଥି ମାନେମଞ୍ଚାଷିନ ରହି ଭାରତ ସରକାରଙ୍କ ହର୍ ଘର୍ ତ୍ରିରଙ୍ଗା ଉପରେ ବିସ୍ତୃତ ଆଲୋଚନା କରିଥିଲେ ।ଏହି ପରିପ୍ରେକ୍ଷୀରେ ବୋଲଗଡ଼ ବ୍ଲକ୍ ର ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଦାୟଦ ମାନଙ୍କୁ ଉପଢୌକନ ସହ ସମ୍ବର୍ଦ୍ଧିତ କରାଯିବା ସହିତ ଅଂଶଗ୍ରହଣ କରିଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।ଏହି କାର୍ଯ୍ୟ କ୍ରମରେ ସୋୟଂ ସହାୟକ ଗୋଷ୍ଟିର ମହିଳା ମାନଙ୍କ ଦ୍ଵାରା ବହୁ ସୁନ୍ଦର ଭାବେ ଝୋଟି ଚିତ୍ର ପ୍ରଦର୍ଶନ କରାଯାଇଥିବା ମୁଖ୍ୟ ଅତିଥିଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ବୁଲି ଦେଖି ପ୍ରଶଂସା କରିଥିଲେ ।କାର୍ଯ୍ୟକ୍ରମରେ ବ୍ଲକର ବିଭିର୍ଣ୍ଣ ପଞ୍ଚାୟତ ରୁ ସହସ୍ରାଧିକ ମହିଳା ଓ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ । ଏହାସହ ବିଭାଜନ ବିଭୀଷିକାକୁ ନେଇ ୧୪ ଓ ୧୫ ତାରିଖରେ ସ୍ଵତନ୍ତ୍ର ଆଲୋଚନାଚକ୍ରର ଆୟୋଜନ କରାଯିବ ।ସାମ୍ପ୍ରଦାୟିକ ସଦଭାବନା ସୃଷ୍ଟି କରିବା ସହ ଭବିଷ୍ୟତ ପିଢ଼ିଙ୍କୁ ଏନେଇ ଅବଗତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିବ ବୋଲି ମୁଖ୍ୟ ଅତିଥି ବିଧାୟକ ଶ୍ରୀ ସାହୁ କହିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.