ବ୍ଲକ୍ ପ୍ରଶାସନ ପକ୍ଷରୁ ୩୪ ଟି ଅଭିଯୋଗ ଶୁଣାଣି ।

0 41

ବାଲିଗୁଡା, ୧୦/୦୩: (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ୍ ପ୍ରଶାସନ ପକ୍ଷରୁ ମହାସିଙ୍ଗି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଅଭିଯୋଗ ଶିବିରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ଶୁଭ୍ରାଞ୍ଜଳି ପ୍ରଧାନ ଯୋଗ ଦେଇ ଉକ୍ତ ପଞ୍ଚାୟତ ଜନ ସାଧାରଣଙ୍କ ପାନୀୟ ଜଳ ପାଇଁ ନୂତନ ନଳକୂପ ଖନନ, କଂକ୍ରିଟ ରାସ୍ତା ନିର୍ମାଣ, ସୁଭଦ୍ରା ଯୋଜନା ସହାୟତା ନ ମିଳିବା ସମ୍ପର୍କେ, ବାଦ୍ଧକ୍ୟ ବିଧବା ବିକଳାଙ୍ଗ ଭତ୍ତା ଓ ରାସନ୍ କାର୍ଡ ଭଳି ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ। ଏହି ଶିବିରରେ ମୋଟ ୩୪ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା ବେଳେ ୭ ଟି ସାମୁହିକ ଓ ୨୭ ଟି ବ୍ୟକ୍ତିଗତ ଥୂଲା। ଏହି ଜନଅଭିଯୋଗ ଶୁଣାଣି ଶିବିରରେ ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା, ସରପଞ୍ଚ ରଞ୍ଜିତ ମଲ୍ଲିକ, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଇଂ.ଶୋଭମ୍ ମହାପାତ୍ର, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟଦର୍ଶିନୀ ମଲ୍ଲିକ,ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧୂକାରୀ ସ୍ମୃତି ସାଗର ପ୍ରଧାନ, ଅତିରିକ୍ତ କାର୍ଯ୍ୟକ୍ରମ ଅଧୂକାରୀ ତ୍ରିନାଥ ନାୟକ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବୁରୁମାଝି ପତ୍ରା, ଯୋଗାଣ ନିରୀକ୍ଷକ ପ୍ରୀତି ରଞ୍ଜନ ବିଶ୍ବାଳଙ୍କ ସମେତ ପଞ୍ଚାୟତ ସ୍ତରୀୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଜନସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Leave A Reply

Your email address will not be published.