ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ।

0 233

ବୋଲଗଡ଼,୦୩/୦୯(ପିପିଟି):ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ବିଭିନ୍ନ ପଞ୍ଚାୟତ ସମିତି ମୁଖ୍ୟାଳୟ ମାନଙ୍କରେ ପର୍ଯ୍ୟାୟ କ୍ରମେ ଭୀମଭୋଇଭିନ୍ନକ୍ଷମଶିବିର ମାନ ଆୟୋଜିତ ହେଉଛି।ସେହିକ୍ରମେ ଗୁରୁବାର ବୋଲଗଡ଼ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଏହି ଶିବିର ସକାଳ ୯ ଟା ସମୟରୁ ଆରମ୍ଭ ହୋଇ ଅପରାହ୍ନ ୫ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିଥିଲା ।ଏଥିରେ ସମୁଦାୟ ୨୮୪ଜଣ ଭିର୍ଣ୍ଣକ୍ଷମ ନାମ ପଞ୍ଜିକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଅସ୍ଥିଗତ ଭିର୍ଣ୍ଣକ୍ଷମ ୧୪୫ଜଣ,ଶ୍ରବଣ ବାଧିତ ୫୯,ଦୃଷ୍ଟି ବାଧିତ ୨୭,ମାନସିକ ଅନଗ୍ରସର ୫୩ଜଣ ।ଏତଦ ବ୍ୟତୀତ ପ୍ରମାଣ ପତ୍ର ପ୍ରଦାନ ୧୪୨,ଟ୍ରାଇ ସାଇକେଲ ପ୍ରଦାନ ୧,ହୁଇଲ ଚେୟାର ପ୍ରଦାନ ୯,ଆଶା ବାଡ଼ି ପ୍ରଦାନ ୪,ଶ୍ରବଣ ଯନ୍ତ୍ର ପ୍ରଦାନ ୧୦,ଶିକ୍ଷାଗତ ଉପକରଣ ୨ଜଣ ପ୍ରମୁଖଙ୍କୁ ପ୍ରଦାନ କରାଯାଇଥିଲା।ଏହି ଭିନ୍ନକ୍ଷମ ଶିବିରରେ ଭିର୍ଣ୍ଣକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଅନେକ ସେବା ଉପଲବ୍ଧ କରାଯାଉଅଛି।ଆଜିର ଆନ୍ତର୍ଜାତିକ ଭୀମ ଭୋଇ ଭିର୍ଣ୍ଣକ୍ଷମ ଦିବସରେ ଖୋର୍ଦ୍ଧା ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟର କର୍ଣ୍ଣ,ନଶା, ଗଳା, ଚକ୍ଷୁ,ଅସ୍ଥିଶଲ୍ୟ,ମାନସିକ ଅନଗ୍ରସର ଓ ଶାରୀରିକ ଅକ୍ଷମତା ଇତ୍ୟାଦି ବିଭାଗ ଗୁଡିକର ବିଶେଷଜ୍ଞ ମାନେ ଯୋଗଦେଇ ଭିର୍ଣ୍ଣକ୍ଷମ ମାନଙ୍କୁ ଶାରୀରିକ ପରୀକ୍ଷା କରାଇଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ,ସଂମ୍ମାନୀତ ଅତିଥି ଭାବେ ବ୍ଲକ ଅଧକ୍ଷ ହୁଲ୍ଲାସ ପ୍ରଧାନ,ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ,ଅତିରିକ୍ତ ବିଡ଼ିଓ ଡ଼ଃ ରତିକାନ୍ତ ମିଶ୍ର
ଓ ପଂଚାୟତ ସମିତିର ଜନ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ।ଆଜିର କାର୍ଯ୍ୟକ୍ରମରେ ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ ତାପସି ପ୍ରିଦର୍ଶନୀ,ଦେବକାନ୍ତ ଗୁରୁ,ମିତା ପ୍ରଧାନ,ଦାଶରଥି ଦାସ,ବିଶ୍ଵଜିତ ବେହେରା ଓ ମୁଖ୍ୟ କିରାଣୀ ଆଲୋକ କୁମାର ଜେନା ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ।ଘଟଣା ସ୍ଥଳରେ ବୋଲଗଡ଼ ପୋଲିସ ବାହିନୀ ଓ ଅଗ୍ନିଶମ ସେବା ଅଧିକାରୀ ମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।ପରିଶେଷରେ ବିଡ଼ିଓ ସୁମନ ସୁଦ୍ଧା କୁଣ୍ଡୁ ସମସ୍ତ ଜନ ପ୍ରତିନିଧି,ବ୍ଲକ କର୍ମଚାରୀ,ବିଭିର୍ଣ୍ଣ ବିଭାଗର ବିଶେଷଜ୍ଞ, ପୋଲିସ ବାହିନୀ,ଗଣ ମାଧ୍ୟମ ଓ ସମସ୍ତ ଭିର୍ଣ୍ଣକ୍ଷମ ଅଭିଭାବକ ମାନଙ୍କୁ ଧନ୍ୟବାଦ ଦେଇଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.