ବ୍ରାହ୍ମଣପଦରରେ ବର୍ଷା ପାଇଁ ଗିରିଗୋବର୍ଦ୍ଧନ ପୂଜା ।

0 222

ଭଞ୍ଜନଗର, ୦୫୵୦୯(ପିପିଟି): ଭାରତ ଏକ କୃଷି ପ୍ରଧାନ ଦେଶ ହୋଇଥିବା ବେଳେ ଚାଷୀମାନେ ସବୁବେଳେ ଭଲ ବର୍ଷାରେ ଭଲ ଫସଲ ଅମଳ ଆଶାରେ ରହିଥାନ୍ତି।ହେଲେ ବର୍ତ୍ତମାନ ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଋତୁ ହିସାବରେ ଅନିୟମିତତା ଦେଖା ଦେଇଛି।ଯାହା ଫଳରେ ସଠିକ ଋତୁ ହିସାବରେ ଆମେ ସେହି ଜଳବାୟୁ ଓ ପାଣିପାଗ ପାଇ ପାରୁନାହାନ୍ତି।ଚାଷ କାମ ପାଇଁ ବର୍ଷା ନିହାତି ଆବଶ୍ୟକ ଥିବା ବେଳେ ଅନାବୃଷ୍ଟି ହେଲେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୁଏ।କେଉଁ ଆବହମାନ କାଳରୁ ଏହାକୁ ନେଇ ଲୋକଙ୍କ ବିଶ୍ୱାସ ରହିଛି ଯେ ଗିରି ଗୋବର୍ଦ୍ଧନ ପୂଜା କଲେ ଭଲ ବର୍ଷା ହେବ ଏବଂ ଯାହା ଫଳରେ ଚାଷ କାର୍ଯ୍ୟ ମଧ୍ୟ ଭଲ ହେବ।ଯାହା ଫଳରେ ଚାଷୀମାନଙ୍କର ଦୀର୍ଘଦିନର ଆଶା ପୂରଣ ହେବ।ସେଥିପାଇଁ ସେମାନେ ବିଭିନ୍ନ ପନ୍ଥା ଆପଣେଇ ଥାନ୍ତି।ପୁରାଣ ଅନୁସାରେ ବେଙ୍ଗୁଲି ନାଚ କଲେ ଭଲ ବର୍ଷା ହେବ ବୋଲି ପରମ୍ପରାକୁ ନେଇ ବିଶ୍ୱାସ ରହି ଆସିଛି।ତେଣୁ ବର୍ଷା ପାଇଁ ବର୍ଷସାରା ଅପେକ୍ଷା କରି ରହିଥିବା ଚାଷୀମାନେ ବେଙ୍ଗୁଲି ନାଚ କରିବାକୁ ଗୁରୁତ୍ୱ ଦେଇଥାନ୍ତି।ବେଙ୍ଗୁଲିକୁ ଧରି ରୀତିନୀତି ଅନୁସାରେ ଗ୍ରାମ ଦେବବୀଙ୍କ ଠାରେ ପୂଜାର୍ଚ୍ଚନା କରି ଗ୍ରାମରେ ବେଙ୍ଗୁଲି ନାଚ କରି ହଳଦୀ ପାଣି, ସିନ୍ଦୂର,ଧୂପ, ଦୀପଦେଇ ପୂଜା କରିଥାନ୍ତି।ସେହି ଅନୁସାରେ ବ୍ରାହ୍ମଣ ପଦର ଗ୍ରାମବାସୀମାନେ ମଙ୍ଗଳବାର ବେଙ୍ଗୁଲିକୁ ପୂଜା କରି ସିନ୍ଦୂର ଲଗାଇ ହଳଦୀ ପାଣିରେ ଗାଧେଇ ଗ୍ରାମ ପରିକ୍ରମା କରି ସମସ୍ତଙ୍କ ଶୁଭ ମନାସି ବେଙ୍ଗୁଲିକୁ ଛାଡି ଥିଲେ ଏବଂ ଗିରି ଗୋବର୍ଦ୍ଧନ ପୂଜା କରିଥିଲେ।ସମସ୍ତଙ୍କ ବିଶ୍ୱାସ ରହିଛି ଯେ ଶ୍ରାବଣରେ ମଧ୍ୟ ସ୍ୱଳ୍ପ ବୃଷ୍ଟି ସମସ୍ୟା ଲାଗି ରହିଥିବା ବେଳେ ଏହାଦ୍ୱାରା ଏହି ସମସ୍ୟା ଦୂର ହୋଇ ପାରିବ।ତେଣୁ ବ୍ରାହ୍ମଣ ପଦର ଗ୍ରାମବାସୀ ମାନେ ଏକାଠି ହୋଇ ଏଭଳି ପଦକ୍ଷେପ ଗ୍ରହଣ କରି ଭଲ ବର୍ଷାକୁ ଚାହିଁ ରହିଛନ୍ତି।

ରିପୋର୍ଟ -ଜେ କେ ପଟ୍ଟନାୟକ

Leave A Reply

Your email address will not be published.