ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୬ତମ ସମାବର୍ତ୍ତନ ଉତ୍ସବ;ବିଶ୍ଵବିଦ୍ୟାଳୟ ସମୂହ ନୀତିବାନ ଓ ବିଶ୍ବସ୍ତରୀୟ ଦକ୍ଷ ନାଗରିକ ସୃଷ୍ଟି କରନ୍ତୁ – ରାଜ୍ୟପାଳ ।

0 247

ବ୍ରହ୍ମପୁର,୦୯/୦୮(ପିପିଟି): ବିଶ୍ଵ ବିଦ୍ୟାଳୟ ସମୂହ କେବଳ ନିଯୁକ୍ତି ଯୋଗ୍ୟ ସ୍ନାତକ ନୁହେଁ,ବରଂ ନୀତିବାନ,ସାମାଜିକ ଦାୟିତ୍ଵବାନ ଏବଂ ବିଶ୍ଵ ସ୍ତରୀୟ ଦକ୍ଷ ନାଗରିକ ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା କରିବାକୁ ରାଜ୍ୟପାଳ ଡ଼ ହରି ବାବୁ କମ୍ଭବପାଟି ଆହ୍ବାନ ଜଣାଇଛନ୍ତି । ଚଳିତ ଅଗଷ୍ଟ ୯ ତାରିଖ ଦିନ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ର ୨୬ତମ ସମାବର୍ତ୍ତନ ଉତ୍ସବରେ ପୁରୋହିତ୍ୟ କରି ରାଜ୍ୟପାଳ ଏହି ଆହ୍ବାନ ଜଣାଇଛନ୍ତି । ଏହି ସମାବର୍ତ୍ତନ ଉତ୍ସବରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ଆମେ ଏପରି ଏକ ଗତିଶୀଳ ପରିବର୍ତ୍ତନ ର ଯୁଗରେ ଅଛୁ ଯେତେବେଳେ ଆମ ଦେଶ ଭାରତ ପ୍ରଯୁକ୍ତି ବିଦ୍ୟା,ନବସୃଜନ, ମହାକାଶ,ସ୍ବାସ୍ଥ୍ୟ ସେବା ଏବଂ ଶିକ୍ଷା କ୍ଷେତ୍ରରେ ଏକ ବିଶ୍ବସ୍ତରୀୟ ନେତା ଭାବେ ଉଭା ହୋଇଛି । ଜାତୀୟ ଶିକ୍ଷାନୀତି -୨୦୨୦ କୁ ଐତିହାସିକ ସଂସ୍କାର ମୂଳକ ପଦକ୍ଷେପ ବୋଲି ରାଜ୍ୟପାଳ ବର୍ଣ୍ଣନା କରି ଏହା ଭାରତୀୟ ଲୋକାଚାର ଓ ନୀତିର ମୂଳ ଏବଂ ଏକ ବିଂଶ ଶତାବ୍ଦୀର ଆକଂକ୍ଷା ସହିତ ସମନ୍ୱିତ ଏକ ସାମଗ୍ରିକ ବହୁବିଧ ଶିକ୍ଷା ବ୍ୟବସ୍ଥା ଚିତ୍ରଣ କରେ । ଗଞ୍ଜାମ, ଗଜପତି ଏଵଂ କନ୍ଧମାଳ ଜିଲ୍ଲାରେ ଏହାର ସମ୍ବନ୍ଧିତ ମହାବିଦ୍ୟାଳୟ ଗୁଡ଼ିକର ବ୍ୟାପକ ନେଟୱର୍କ ମାଧ୍ୟମରେ ଜାତୀୟ ଶିକ୍ଷାନୀତି ୨୦୨୦ ର ଲକ୍ଷ୍ୟ ସହିତ ସକ୍ରିୟ ଭାବରେ ସମନୟ ପାଇଁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପଦକ୍ଷେପକୁ ରାଜ୍ୟପାଳ ପ୍ରଶଂସା କରିଥିଲେ । ଏହି ଅବସର ରେ ସ୍ନାତକ ମାନେ ସାହସ ଓ ଦୃଢ଼ତାର ସହିତ ବିଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ଆହ୍ଵାନ ଜଣାଇଥିଲେ । ଏତଦବ୍ୟତୀତ ଅଧ୍ୟାପକ ମାନେ ନବଶୃଜନଶିଳ ଶିକ୍ଷାଦାନ, ପ୍ରଭାବଶାଳୀ ଗବେଷଣା ଦିଗରେ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବାକୁ କହିଥିଲେ ।

ଏହି ସମାବର୍ତ୍ତନ ଉତ୍ସବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦବୋଧନ ଦେଇ କହିଥିଲେ ଯେ ୨୦୪୭ ସୁଦ୍ଧା ଭାରତ ବିଶ୍ୱର ପ୍ରମୁଖ ଅର୍ଥନୀତି ମଧ୍ୟରୁ ଅନ୍ୟତମ ଭାବେ ଉଭା ହେବ ଦେଶ କଠିନ ପରିଶ୍ରମ କରି ଆତ୍ମନିର୍ଭରଶିଳ ହୋଇ ପାରିଲେ ଏହି ଦୃଷ୍ଟିକୋଣ ସାକାର ହୋଇ ପାରିବ ଏହି ଯାତ୍ରାରେ ବିଶ୍ବବିଦ୍ୟାଳୟ ମାନଙ୍କର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ ବିଶ୍ଵବିଦ୍ୟାଳୟ ସମୂହ କେବଳ ଡିଗ୍ରୀ ପ୍ରଦାନକାରୀ ସଂସ୍ଥା ନହୋଇ ବିକଶିତ ହେବାକୁ ପଡିବ ଏବଂ ଗବେଷଣା, ନବସୃଜନ୍ ଏବଂ ଦକ୍ଷତା ଆଧାରିତ ଶିକ୍ଷାର ପ୍ରାଣକେନ୍ଦ୍ର ହେବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ବାନ ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍, ବ୍ରହ୍ମପୁର ଲୋକସଭା ସଂସଦ ପ୍ରଦୀପ ପାଣଗ୍ରାହୀ, ଆସ୍କା ଲୋକସଭା ସାଂସଦ ଅନିତା ସୁଭଦର୍ଶନି ଏବଂ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟର ଭାଇସ ଚ୍ୟାନସେଲର ଗୀତାଞ୍ଜଳି ଦାସ ଉଦବୋଧନ ଦେଇଥିଲେ । ଏହି ସମାରୋହରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଓ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ମଞ୍ଚାସୀନ ଥିଲେ ।

ଏହି ସମାବର୍ତ୍ତନ ଉତ୍ସବରେ ବିଶିଷ୍ଟ ଆଣବିକ ବିଜ୍ଞାନୀ ମୟୂରଭଞ୍ଜ ଜିଲ୍ଲାର ଡ଼ ଅଜିତ କୁମାର ମହାନ୍ତି, ବିଶିଷ୍ଟ ପ୍ରତିରକ୍ଷା ବିଜ୍ଞାନୀ କେରଳର ଡ଼ ଟେସି ଥୋମାସ, ବିଶିଷ୍ଟ ମାଣ୍ଡିଆ ଉତ୍ପାଦ ସଂରକ୍ଷଣ କ୍ଷେତ୍ରରେ ଉଲେଖନୀୟ ସଫଳତା ହାସଲ କରିଥିବା କୋରାପୁଟ ଜିଲ୍ଲାର ଡ଼ ରାଇମତି ଘିଉରିଆଙ୍କୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରଯାଇଥିଲା । ଏତତବ୍ୟତିତ ୫୨ ଜଣଙ୍କୁ ପି.ଏଚ.ଡି,୪ଜଣଙ୍କୁ ଡିଲିଟ ଏବଂ ୩୮ଜଣ ଛାତ୍ର ଛାତ୍ରୀଙ୍କୁ ସ୍ଵର୍ଣ୍ଣ ପଦକ ପ୍ରଦାନ କରଯାଇଥିଲା ।

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଯୋଗଦାନ ପରେ ମହାମହିମ ରାଜ୍ୟପାଳ ଆଇଜର ବ୍ରହ୍ମପୁର ର ୫ମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଛାତ୍ରଛତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Leave A Reply

Your email address will not be published.