ବ୍ରହ୍ମପୁର ଠାରୁ ଅଯୋଧ୍ୟାକୁ ମହାକୁମ୍ଭ ମେଳା ନିମନ୍ତେ ସ୍ବତନ୍ତ୍ର ବସ ସେବା ଆସନ୍ତାକାଲି ଠାରୁ ।

0 273

ଛତ୍ରପୁର,୧୧/୦୧(ପିପିଟି):ଆସନ୍ତା କାଲି ତା ୧୨.୦୧.୨୦୨୫ ରିଖ ଦିନ ସକାଳ ୧୦ ଘଟିକା ସମୟରେ ବ୍ରହ୍ମପୁର ଠାରୁ ଅଯୋଧ୍ୟା କୁ ମହାକୁମ୍ଭ ମେଳା ନିମନ୍ତେ ସ୍ବତନ୍ତ୍ର Multy axcel Volvo AC Sleeper ଯାତ୍ରା ଆରମ୍ଭ କରିବ। ଏହା ଆସନ୍ତା କାଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସି ମାଧ୍ୟମରେ ସକାଳ ୧୦ ଘଟିକା ସମୟରେ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମ ବ୍ରହ୍ମପୁର ORT Bus ଗ୍ୟାରେଜ ଠାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

ସକାଳ ୯ ସମୟରେ Multy axcel Volvo AC Sleeper ବ୍ରହ୍ମପୁର ଠାରୁ ଛାଡିବ ଦ୍ୱିତୀୟ ଦିନ ଅଯୋଧ୍ୟାରେ ଅପରାହ୍ନ ୩.୧୫ ସମୟରେ ପହଞ୍ଚିବ ।
ସେହି ବସଟି ତା’ପରଦିନ(Next Day)ଅଯୋଧ୍ୟାରୁ ସକାଳ ୮.୩୦ ରେ ଛାଡିବ ତା’ପରଦିନ (Next Day) ଅପରାହ୍ନ ୨.୩୦ ରେ ବ୍ରହ୍ମପୁର ଠାରେ ପହଞ୍ଚିବ। ଏହି ବସ ଚଳିତ ମାସ ତା ୨୬.୦୧.୨୦୨୫ ପର୍ଯ୍ୟନ୍ତ ଚାଲୁ ରହିବ।
ଏଠାରେ ପ୍ରକାଶ ଥାଉକି ମୁଖ୍ୟମନ୍ତ୍ରୀ ଓଡ଼ିଶାର ବ୍ରହ୍ମପୁର, ପୁରୀ, ସମ୍ବଲପୁର ଏବଂ ଭବାନୀପାଟଣା ସହରରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଆଭାସି ଦ୍ବାରା ଭୁବନେଶ୍ୱର ଠାରୁ କରିବାର ଯୋଜନା ରହିଛି।

Leave A Reply

Your email address will not be published.