ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି।

0 229

ବ୍ରହ୍ମପୁର,୨୨/୦୭(ପିପିଟି): ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଆଜି ସୋମବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା,ଉପଜିଲ୍ଲାପାଳ ବ୍ରହ୍ମପୁର ଦୀନା ଦସ୍ତଗୀର,ସହାୟକ ଜିଲ୍ଲାପାଳ ପ୍ରଣିତା ଦାଶ, ଏହି ଅଭିଯୋଗ ଶୁଣାଣିର ସମୁଦାୟ ୬୩ଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ ।ବ୍ୟକ୍ତିଗତ ଅଭିଯୋଗ ୪୭ଟି ଥିଲା ବେଳେ, ଗ୍ରାମ ଅଭିଯୋଗ ୧୬ଟି । ଆବେଦନ ଗୁଡ଼ିକ ଶୁଣାଣି କରି ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ପ୍ରେରଣ କରାଯାଇ ତୁରନ୍ତ ସମାଧାନ କରିବା ଦିଗରେ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଏହି ଅଭିଯୋଗ ଶୁଣାଣି ସମୟରେ ବ୍ରହ୍ମପୁର ଉପଖଣ୍ଡର ଅତିରିକ୍ତ ଉପଜିଲ୍ଲାପାଳ, ସମସ୍ତ ବି.ଡି.ଓ, ତହସିଲଦାର ଓ ଜିଲ୍ଲାର ସମସ୍ତ ଅଧିକାରୀ ମାନେ ଏହି ଯୁଗ୍ମ ଅଭିଯୋଗ ଶୁଣାଣିରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.