ବ୍ରହ୍ମପୁର ଉପଖଣ୍ଡରେ ଚୂଡାନ୍ତ ଭୋଟର ତାଲିକା ୨୦୨୫ ପ୍ରକାଶନ ।

0 256

ବ୍ରହ୍ମପୁର,୦୬/୦୧(ପିପିଟି):ବ୍ରହ୍ମପୁର ଉପଖଣ୍ଡରେ ୧୧୫୫ ବୁଥ ସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା ଚୂଡାନ୍ତ ଭୋଟର ତାଲିକା ୨୦୨୫ ପ୍ରକାଶିତ କରାଗଲା । ଉପଖଣ୍ଡ ସ୍ତରରେ ଉପଜିଲ୍ଲାପାଳ ଦୀନା ଦସ୍ତଗୀର ଏହି ଭୋଟର ତାଲିକାକୁ ସର୍ବ ସାଧାରଣ ନିମନ୍ତେ ପ୍ରକାଶିତ କରାଗଲା ଏହି ଭୋଟର ତାଲିକାର ମୋଟ ୮୯୮୮୪ ଜଣ ତାଲିକାଭୁକ୍ତ କରାଗଲେ । ଏହି ଭୋଟର ତାଲିକାରୁ ୫୧୯୯ ଜଣ ବାଦ ଦିଆଗଲା । ଏହା ଗଲା ୦୬.୦୧.୨୦୨୪ ରୁ ୧୮.୧୨.୨୦୨୪ ପର୍ଯ୍ୟନ୍ତ ଚାଲୁଥିଲା । ଏହି ତଥ୍ୟ ବ୍ରହ୍ମପୁର ଉପଖଣ୍ଡର ସମସ୍ତ ନର୍ବାଚନ ମଣ୍ଡଳୀର ଅନ୍ତର୍ଭୁକ୍ତ ଅଟେ । ଏହି କାର୍ଯ୍ୟକ୍ରମରେ କାର୍ଯ୍ୟାଳୟର ଡେପୁଟି କଲେକଟର ସୁବ୍ରତ ରାମଭିରାମ ଶତପଥି ଏବଂ ନିର୍ଵାଚନ ବିଭାଗର ବରିଷ୍ଠ ରାଜସ୍ବ ସହାୟକ ପୂର୍ଣ୍ଣ ଚନ୍ଦ୍ର ବେହେରା ଓ ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.