ବ୍ରହ୍ମପୁର,୦୭/୦୪(ପିପିଟି): ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ମହାତ୍ମାଗାନ୍ଧୀ ଷ୍ଟାଡ଼ିୟମରେ ଜିଲ୍ଲାସ୍ତରୀୟ ତଥା ମଣ୍ଡଳସ୍ତରୀୟ ସନ୍ତରଣ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ୮ରୁ ୧୪ ବର୍ଷ ବୟସର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜିଲ୍ଲାର ଲୁକ୍କାୟିତ କ୍ରୀଡ଼ା ପ୍ରତିଭାମାନଙ୍କୁ ଖୋଜି ବାହାର କରିବା ଏବଂ ସେମାନଙ୍କୁ ଆଗକୁ ବଢ଼ିବାର ସୁଯୋଗ ଦେବା। ବହୁ ସଂଖ୍ୟକ ପ୍ରତିଯୋଗୀ ଏଥିରେ ଉତ୍ସାହର ସହିତ ଭାଗ ନେଇଥିଲେ।