ବ୍ରହ୍ମପୁରରେ କେ.ଇ.ଆଇର ରିଟେଲର୍ ସମ୍ମିଳନୀ ।

0 192

ବେଲଗୁଣ୍ଠା ,୨୭/୦୭(ପିପିଟି):ଦେଶର ଅଗ୍ରଣୀ ବୈଦୁତିକ ତାର ନିର୍ମାତା କେଇଆଇ ତରଫରୁ ବ୍ରହ୍ମପୁର ସ୍ଥିତ ହୋଟେଲ ଜ୍ୟୋତି ରେସିଡେନ୍ସି ଠାରେ ଏକ ରିଟେଲର୍ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏଥିରେ କମ୍ପାନୀର ଭୁବନେଶ୍ୱର ବ୍ରାଞ୍ଚ ରିଟେଲ୍ ହେଡ୍ ଅବିନାଶ ମହାନ୍ତି ଯୋଗ ଦେଇ କମ୍ପାନୀର ଗୁଣାବତ୍ତା ଓ ସ୍କିମ୍ ସମ୍ବନ୍ଧରେ ବର୍ଣ୍ଣନା କରିଥିବା ବେଳେ ଆଗାମୀ ବର୍ଷରେ ଓଡ଼ିଶା ବ୍ୟବସାୟ ୩୦୦ କୋଟି ଛୁଇଁବ ବୋଲି ପ୍ରକାଶ କରିଥିଲେ ।ଏଥି ସହିତ କମ୍ପାନୀ ନିଜ ଗୁଣାତ୍ମକ ମାନ ଉପରେ କୌଣସି ସାଲିସ୍ କରୁ ନ ଥିବା ବେଳେ ଏହା ବ୍ୟୟସାପେକ୍ଷ ଓ ଟେକନିସିଆନ୍ ଭାଇ ମାନଙ୍କ ପ୍ରତି ଉତ୍ସର୍ଗୀକୃତ ବୋଲି କହିଥିଲେ ।ସେହିପରି ମୁଖ୍ୟ ବିତରକ ଭାବେ ଶ୍ରୀ ହରି ଇଣ୍ଟରପ୍ରାଇଜସ୍ ର ପରିଚାଳନା ନିର୍ଦ୍ଦେଶକ ଅକ୍ଷୟ କୁମାର ସାବତ ଯୋଗଦେଇ କେ.ଇ.ଆଇ ଲଗାତାର ୨୦୧୧ ମସିହା ଠାରୁ ସୁପର୍ ବ୍ରାଣ୍ଡ ମାନ୍ୟତା ପାଇଥିବା ବେଳେ ଏଥିରେ ଖୁଚୁରା ବିକ୍ରେତାଙ୍କ ପାଇଁ ମଧ୍ୟ ଉଲ୍ଲେଖନୀୟ ଲାଭ ରହିଛି ବୋଲି ପ୍ରକାଶ କରି ବ୍ୟବସାୟରେ ସମସ୍ତଙ୍କ ସହଯୋଗ କାମନା କରୁଥିଲେ ।ଏହି ଅବସରରେ ଗତ ବାର୍ଷିକ ବର୍ଷରେ ସ୍କିମ୍ ସମ୍ପୁର୍ଣ୍ଣ କରିଥିବା ବିକ୍ରେତା ମାନଙ୍କୁ ସ୍ୱର୍ଣ୍ଣ ମୁଦ୍ରା ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଚଳିତ ବର୍ଷ ପାଇଁ ସ୍କିମ୍ ଲଞ୍ଚ ହୋଇଥିଲା ।ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ଦକ୍ଷିଣ ଓଡ଼ିଶା କ୍ଳଷ୍ଟର ହେଡ୍ ଅଶ୍ୱିନୀ କୁମାର ମହାନ୍ତି,ଗଞ୍ଜାମ ଜିଲ୍ଲା ସେଲ୍ସ ଅଫିସର ରଞ୍ଜିତ କୁମାର ପଟ୍ଟନାୟକ ଉପସ୍ଥିତ ଥିବା ବେଳେ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ପାର୍ଟନର ଉପସ୍ଥିତ ଥିଲେ ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.