ଭଞ୍ଜନଗର, ୨୪/୧୧(ପିପିଟି ):ଗତ ରବିବାର ଦିନ ପ୍ରାୟ ସାଢ଼େ ୪ଟା ସମୟରେ ଭଞ୍ଜନଗର ଥାନା ଏସ ଆଇ ଜ୍ୟୋସ୍ନାମୟୀ ସାହୁ ଓ ଅନ୍ୟ ପୋଲିସ କର୍ମଚାରୀ ମୁଜାଗଡ଼ରୁ ଭଞ୍ଜନଗର ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ।ଏହି ସମୟରେ ମୁଜାଗଡ଼ ପାର୍ଶ୍ୱରୁ ଆସୁଥିବା ଗୋଟିଏ ବୋଲେରୋ ରୁ ଗଞ୍ଜେଇ ଗନ୍ଧ ବାହାରୁଥିବା ଚିହ୍ନଟ କରିଥିଲେ।ଗାଡିଟିକୁ ସୋରାଦେବୀ ମନ୍ଦିର ନିକଟରେ ଅଟକ ରଖି ଛାନ୍ ଭିନ୍ କରିବାରେ ସେଥିରେ ୩ଟି ଜରି ଅଖାରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା।ଗାଡ଼ିରେ ଥିବା ଦୁଇ ଜଣଙ୍କୁ ମଧ୍ୟ ଅଟକ ରଖିପଚରାଉଚରା କରିବାରେ ସନ୍ଦିଗ୍ଧ ୨ବ୍ୟକ୍ତି ଅଧିକ ଅର୍ଥ ଲାଭ ଆଶାରେ ଅଜଣା ଚାଲାଣକାରୀଙ୍କୁ ବିକ୍ରୟ କରିବା ପାଇଁ ଏହି ଚୋରା ଗଞ୍ଜେଇ ପରିବହନ କରୁଥିବା ସ୍ୱୀକାର କରିଥିଲେ।ଜବତ ବୋଲେରୋ ଟିର ନମ୍ବର OD 12 E 0472 ଥିବା ବେଳେ ସେଥିରେ ୬୫.୦୬୦ କିଲୋଗ୍ରାମ ଚୋରା ଗଞ୍ଜେଇ, ନଗଦ ୧୮୩୦ ଟଙ୍କା ଓ ୨ଟି ମୋବାଇଲ ଫୋନ ମିଳିଛି।ଏହି ଘଟଣାରେ ଭଞ୍ଜନଗର ଥାନା କେସ ନଂ ୧୨୪୭/୨୫ରେ ଏକ ମାମଲା ରୁଜୁ କରି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳର ଅଭିଯୁକ୍ତ ଗଗନ କୁମାର ମୁଖୀ ଏବଂ ଦିବ୍ୟ ରଞ୍ଜନ ଦିଗାଲକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ଜୀବନାନନ୍ଦ ଜେନା କହିଛନ୍ତି।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)