ବୋଲଗଡ ବ୍ଲକରେ ମନରେଗା ଦୁର୍ନୀତିର ଭିଜିଲାନ୍ସ ଖୋଳତାଡ।

0 85

ବୋଲଗଡ,୨୧/୧୦(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକରେ ମନରେଗାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଭିଜିଲାନ୍ସ ଖୋଳତାଡ ଆରମ୍ଭ କରିଛନ୍ତି।ଆରିକମା ପଞ୍ଚାୟତ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ବିଭାଗ ପ୍ରାୟ ଗତ ଏକ ମାସ ତଳେ ଅଭିଯୋଗ ସ୍ଥାନ ସବୁ ତଦାରଖ କରିଥିଲା ଏବଂ ଏଥି ସମ୍ପର୍କିତ କାଗଜ ପତ୍ର ଦାଖଲ ପାଇଁ କହିଥିଲା ତେବେ ଏହା ବିଳମ୍ବିତ ହେବାର ଏଥିନେଇ ଖୋର୍ଦ୍ଧା ଭିଲିଲାନ୍ସ ବିଭାଗର ଜଣେ ଡିଏସପି ଙ୍କ ନେତୃତ୍ୱରେ ଏକ ଟିମ୍ ଦିନ ତମାମ ଦିବା ୧୧ଟା ଠାରୁ ଅପରାହ୍ନ ୫ଟା ଯାଏଁ ବୋଲଗଡ ବ୍ଲକ କାର୍ଯ୍ୟାଳୟରେ ବିଭିନ୍ନ ଉପାୟରେ ତଦନ୍ତ କରିଛନ୍ତି।ଏଥିନେଇ ବିଡ଼ିଓ ଶରତ ଚନ୍ଦ୍ର ମଲ୍ଲିକ, ଏପିଓ ରୁବୀ ଡାକୁଆ,ଙ୍କ ସମେତ ଅନ୍ୟ କେତେକ କର୍ମଚାରୀ ଏବଂ ସଂପୃକ୍ତ ଆରିକମା ପଞ୍ଚାୟତର ସରପଞ୍ଚ ପ୍ରମୋଦ ରାଉତରାୟ ଓ ପିଇଓ ଙ୍କୁ ପଚରାଉଚୁରା କରିଛନ୍ତି। ମନରେଗା ଦୁର୍ନୀତିର ଖୋଳତାଡ଼ କରିବା ସହ ଏଥି ସମର୍କିତ ଅନେକ ନଥିପତ୍ର ସାଙ୍ଗରେ ନେଇଛନ୍ତି। ତେବେ ଏ ସମ୍ପର୍କରେ ଆରିକମା ପଞ୍ଚାୟତ ସରପଞ୍ଚ ବାଙ୍କୋଇ ଫାଣ୍ଡିରେ ଏକ ଅଭିଯୋଗ ଦାଖଲ କରିଥିବା କହିଛନ୍ତି। ଅଭିଯୋଗ ଅନୁଯାୟୀ ସେ ମନରେଗା ସମ୍ପର୍କିତ କୌଣସି କାମ ବିଷୟରେ ଜାଣି ନାହାନ୍ତିକି କୌଣସି ଫାଇଲରେ ଦସ୍ତଖତ କରି ନାହାନ୍ତି।ତେବେ ଶୁକ୍ରବାର ସକାଳ ସମୟରେ ତାଙ୍କୁ ଜନୈକ କର୍ମଚାରୀ ଜୋର୍ ଜବରଦସ୍ତ ଫାଇଲ ରେ ଦସ୍ତଖତ କରିବା ପାଇଁ ବାଧ୍ୟ କରୁଥିବା ନେଇ ଫାଣ୍ଡିରେ ଅଭିଯୋଗ କରିଥିବା କହିଛନ୍ତି। ଭିଜିଲାନ୍ସ ଅଧିକାରୀ କୌଣସି ଅଧିକ ତଥ୍ୟ ଦେବାକୁ ମନା କରିଥିଲେ।ତେବେ ଖୁବ୍ ଶୀଘ୍ର ଅନ୍ୟ ପଞ୍ଚାୟତ ଗୁଡିକରେ ଅଭିଯୋଗ ଅନୁଯାୟୀ ପଦକ୍ଷେପ ନିଆଯିବ ଜଣାପଡିଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.