ବୋଲଗଡ ବ୍ଲକକୁ ମରୁଡି ଘୋଷଣା ଦାବିନେଇ ବିଶାଳ ଚାଷୀ ସମାବେଶ ।

0 277

ବୋଲଗଡ଼,୧୦/୧୧(ପିପିଟି):ଚଳିତବର୍ଷ ଏଲନିନୋ ପ୍ରଭାବରେ ଦେଶରେ ସ୍ୱାଭବିକ ଠାରୁ କମ୍ ପରିମାଣର ମୈାସୁମୀ ଜନିତ ବର୍ଷା ହୋଇଛି । ଏହାର ପ୍ରଭାବ ପଡିଛି ଓ ଡ଼ିଶାରେ । ବିଶେଷ କରି ଖୋର୍ଦ୍ଧା ଜିଲ୍ଲାରେ ସ୍ୱାଭବିକ ଠାରୁ ନିଅଣ୍ଟିଆ ବର୍ଷା ହେବା ଫଳରେ ସମଗ୍ର ଜିଲ୍ଲାରେ ଖରିଫ ଧାନ ଚାଷ ପ୍ରଭାବିତ ହୋଇଛି । ବୋଲଗଡ଼ ବ୍ଲରେ ଚଳିତବର୍ଷ ୧୪୫୦୦ ହେକ୍ଟର ଜମିରେ ଖରିଫ୍ ଧାନ ଚାଷ ହୋଇଛି । ଏହି ଅଞ୍ଚଳରେ ଜଳସେଚନର କୌଣସି ସୁବିଧା ନାହିଁ । ୮୦ ଭାଗରୁ ଉର୍ଦ୍ଧ ଜମିର ଫସଲ ସମୂର୍ଣ୍ଣ ନଷ୍ଟ ହୋଇଛି ।ତେବ ଚଳିତ ବର୍ଷ ବର୍ଷା ନହେବାରୁ ଖରିଫ ଋତୁ ରେ ରବି ଫସଲ ପାଇଁ ସମ୍ପୂର୍ଣ୍ଣ ବ୍ୟାହତ ହେବ। ଚାଷୀମାନେ ବ୍ଲକର ୨୨ଗୋଟି ପ୍ରାଥମିକ ସେବାସମବାୟ ସମିତିରୁ ଧାନ ଚାଷପାଇଁ ନେଇଥିବା ଋଣ କିପରି ସୁଝିବେ ତାହାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବର୍ତ୍ତମାନ ଧାନ ଥୋଡ ଧରୁଥିବାବେଳେ ଢିପ ଜମି ଫାଟି ଆଁ କଲାଣି । ରାଜ୍ୟସରକାର ଏଥିପାଇଁ ବିହୀତ ପଦକ୍ଷେପ ନେବାପାଇଁ ବିଭିନ୍ନ ପଞ୍ଚାୟତର ଚାଷିସଙ୍ଗଠନ ମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଏହି ପରୀପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ବରିଷ୍ଟ ଚାଷୀ ନେତା ତଥା ଐତିହାସିକ ରବୀନ୍ଦ୍ର କୁମାର ପରିଡ଼ାଙ୍କ ନେତୃତ୍ୱରେ ଶତାଧିକ ଚାଷୀ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନଙ୍କୁ ନେଇ ବିଶାଳ ଚାଷୀ ସମାବେଶ କରିଥିଲେ । ୩ଦଫା ଦାବି ନେଇ ନାରାବାଜି ଦେବା ସହିତ ବୋଲଗଡ ବ୍ଲକକୁ ମରୁଡି ଘୋଷଣା , କୃଷିରୁଣ ସମ୍ପୂର୍ଣ ଛାଡ କରିବା , ଜବାଦ୍ କ୍ଷତି ଗ୍ରସ୍ତ ଚାଷୀ ମାନଙ୍କର ପ୍ରଧାନ ମନ୍ତ୍ରୀ ଫସଲ ବିମା ଯୋଜନା ପ୍ରଦାନ କରିବା ଭଳି ଦାବି ଗୁଡ଼ିକ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲ ଦାରଙ୍କୁ ଦାବିପତ୍ର ଦେଇଥିଲେ । ଦାବି ଗୁଡ଼ିକ ପୂରଣ ନହେଲେ ଆଗାମୀ ଦିନରେ ରାଜ ପଥରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ।ଏହି ଆନ୍ଦୋଳନରେ ଲଲାଟ କିଶୋର ସିଂହ ,ସୁରେଶ ଚନ୍ଦ୍ର ମାନସିଂହ ,ରଘୁନାଥ ଷଡ଼ଙ୍ଗୀ ,ଫକୀର ଫତେସିଂହ ,ବୈକୁଣ୍ଠ ମହାରଣା ,ବାସୁଦେବ ପରିଡ଼ା ,ମୋହିନୀ ଖାଁ ପ୍ରମୁଖ ଶତାଧିକ ଚାଷୀ ସାମିଲ ହୋଇଥିଲେ ବୋଲଗଡ଼ ଥାନା ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ଗୋଟେ ସେକ୍ସନ ପୋଲିସ ଫୋର୍ସ ମୁତୟନ କରିଥିଲେ।

(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ)

Leave A Reply

Your email address will not be published.