ବୋଲଗଡ଼,୨୮/୧୨(ପିପିଟି): ବୋଲଗଡ଼ ସଦର ମୁଖ୍ୟାଳୟସ୍ଥିତ ସ୍ଥାନୀୟ ବାମନ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବୋଲଗଡ଼ ମହୋତ୍ସବ ଆଶା-୨୪ ଶୁକ୍ରବାର ଶୀତୁଆ ତୃତୀୟ ସନ୍ଧ୍ୟାରେ ଖୋଲା ଆକାଶ ରଙ୍ଗ ମଞ୍ଚରେ କୋରାପୁଟର ଢେମସା ନୃତ୍ୟ ଦର୍ଶକ ମାନଙ୍କୁ ବିଭୋର କରିଥିଲା।ଏହି ଖୋଲା ରଙ୍ଗମଞ୍ଚରେ ଦୀର୍ଘ ୫ଦିନ ବ୍ୟାପି ସ୍ଥାନୀୟ ଓ ରାଜ୍ୟ ସରକାର ତଥା ଆନ୍ତଃରାଜ୍ୟ ସରକାରଙ୍କ ସାଂସ୍କୃତିକ ବିଭାଗ ପକ୍ଷରୁ ବିଭିର୍ଣ୍ଣ କଳାକୃତି ସହଓଡିଶୀ,ଘୁମୁରା,ମାଲଖୁମ୍ବ,ରଣପା ନୃତ୍ୟ, ଆସାମବିହୁ,ପ୍ରସିଦ୍ଧ ଗଂଜାମ ପଶୁନୃତ୍ୟ, ସମ୍ବଲପୁରୀ ନୃତ୍ୟ,ଗ୍ରାମ୍ୟ କଳାକୃତି,ପାଲା, ଧୁଡୁକି,ରାମତାଳି,ଓଡିଶୀ ସଂକୀର୍ତନ ଇତ୍ୟାଦି ପରିବେଷଣ ଦର୍ଶକ ମାନଙ୍କୁ ରିମଝିମ ଶୀତୁଆ ସନ୍ଧ୍ୟାରେ ବେଶ ଖୋରାକ ଯୋଗାଇ ବାନ୍ଧି ରଖିଥିଲା।ଏହି ୩ୟ ସନ୍ଧ୍ୟାରେ ମହୋତ୍ସବର ସଭାପତି ବିଧାୟକ ପ୍ରଦୀପ କୁମାର ସାହୁ ମହୋତ୍ସବର ଗୁଣ ଗରିମା ସହ ଅଂଚଳର ବିରତ୍ୱ ଗାଥା ସମ୍ପର୍କରେ କହିଥିଲେ।ସେହିପରି ମୁଖ୍ୟବକ୍ତା ଭାବେ ବିଜେଡି ନେତା ମନ୍ମମଥ ରାଉତରାୟ ଯୋଗଦେଇ ବୋଲଗଡ଼ ଅଞ୍ଚଳକୁ ରକ୍ତ ରଞ୍ଜିତ ବୀରମାଟି ଓ ଏହି ମହୋତ୍ସବ ଭାଇଚାରର ସାରସ୍ୱତ ନିଦର୍ଶନ ସ୍ୱରୂପ ଓଡିଶା ରାଜ୍ୟର ଭୌଗଳିକ ମାନଚିତ୍ରରେ ଅଲିଭା ବିରତ୍ୱ ତଥା ସାହାସିକତାର ସହ ଜୀବନ ବଳିଦାନ ଚିତ୍ରକୁ ସ୍ୱତନ୍ତ୍ର ଭାବେ ସୂଚିତ କରିଥିଲେ।ସଂମ୍ମାନୀତ ଅତିଥି ଭାବେ ବେଗୁନିଆ ବ୍ଲକ ଅଧକ୍ଷ ଲଷ୍ମୀଧର ସୁବୁଦ୍ଧି, ଶିକ୍ଷାବିତ କାଳୀ ଚରଣ ଜୟସିଂହ,ସୁମନ୍ତ ଛୋଟରାୟ,ବିଜେଡି ନେତ୍ରୀ ପ୍ରଭାତୀ ରାଉତରାୟ,ତୋଫାନ ବେହେରା,ରଶ୍ମିତା ରାଉତରାୟ,ରଞ୍ଜନ ଲେଙ୍କା,ପ୍ରଦୀପ ମହାପାତ୍ର,ଶୁଭଲଷ୍ମୀ ସୁନ୍ଦରାୟ,ଶରତ ହୋତା,ସନ୍ତୋଷ ବେହେରା ଓ ଶୁଶାନ୍ତ ପାଇକରାୟ ପ୍ରମୁଖ ମଞ୍ଚାସିନ ଥିଲେ।ଅତିଥି ମାନେ ସାମ୍ବାଦିକତାରେ ,ପ୍ରସନ୍ନ କୁମାର ସ୍ୱାଇଁ, ସତ୍ୟନାରାୟଣ ବାରିକ, ଦେବବ୍ରତ ହୋତା ପ୍ରମୁଖ ଥିବାବେଳେ ଶିକ୍ଷା,କୃଷି,କବି,କ୍ରୀଡା, ସାହାସିକତା ଆଦି ବିଭିର୍ଣ୍ଣ ବର୍ଗରେ ପାରଦର୍ଶିତା ରହିଥିବା ବିଜୟ ତ୍ରିପାଠୀ,ଭକ୍ତ ବଲ୍ଲଭ ପଟ୍ଟନାୟକ, ପ୍ରତିମା ପ୍ରଧାନ, ଅବନିକାନ୍ତ ପାଢ଼ୀ,ମିର୍ଜା ସିରାଜୁଦ୍ଦିନ,ଚିତ୍ତ ରଞ୍ଜନ ପ୍ରଧାନ ଓ ସ୍ୱରୂପ ନାୟକ ଓ ସ୍ୱାଧୀନ ସୌରଭ ସ୍ୱାଇଁ ପ୍ରମୁଖମାନଙ୍କୁ “ପୂଜ୍ୟପୂଜା ସମ୍ବର୍ଦ୍ଧନା”ରେ ସମ୍ମାନିତ କରିଥିଲେ।ସନ୍ଧ୍ୟାର କାର୍ଯ୍ୟକ୍ରମ ପ୍ରାରମ୍ଭରେ ସାଧାରଣ ସମ୍ପାଦକ ବୀର ଦାସ ଅତିଥି ମାନଙ୍କୁ ପାଛୋଟି ନେଇଥିଲେ।ପରେ ଅତିଥି ପ୍ରମୁଖ ମାନେ ଜଗନ୍ନାଥଙ୍କ ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରି ମଂଞ୍ଚାସିନ ହୋଇଥିଲେ। ସ୍ଥାନୀୟ ବଂଶୀଧର ସଂଗୀତ ମହାବିଦ୍ୟାଳୟ ଛାତ୍ରୀମାନଙ୍କ ପକ୍ଷରୁ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା ଓ ବରିଷ୍ଠ ଉପଦେଷ୍ଟା ଐତିହାସିକ ରବୀନ୍ଦ୍ର ପରିଡା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଉମାକାନ୍ତ ବେବର୍ତ୍ତା ପଟ୍ଟନାୟକ ଓ ଗୁରୁକୃଷ୍ଣ ଦୁଃଖାନନ୍ଦ ସାମନ୍ତରାୟ ସଂଯୋଜନା କରିଥିବା ବେଳେ ମଞ୍ଚକୁ ମାଷ୍ଟର ସୋମେଶ ଉପସ୍ଥାପନା କରିଥିଲେ।ଶେଷରେ ସମ୍ପାଦକ କାବୁ ଚମ୍ପତିରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)