ବୋଲଗଡ଼,୨୧/୦୮(ପିପିଟି):ବର୍ତ୍ତମାନ ସମୟରେ ଧାନ ରୁଆ ପୋତା କାମ ସରିଆସିଲାଣି ଧାନ ଗଛ ହୃଷ୍ଟପୁଷ୍ଟ ହୋଇ ବୁଦା ଧରି ବଢିବା ପାଇଁ ୟୁରିଆ ସାରର ଆବଶ୍ୟକତା ରହିଛି। ସରକାର ସେବା ସମବାୟ ଜରିଆରେ ଯୋଗାଇ ଦେଇଥାନ୍ତି। କିନ୍ତୁ ଆବଶ୍ୟକ ଅନୁସାରେ ସାର ଯୋଗାଇ ଦିଆ ଯାଉ ନଥିବାରୁ ଅଞ୍ଚଳ ରେ ସାରର ଅଭାବ ଦେଖା ଯାଇଛି। ବୋଲଗଡ଼ ବ୍ଲକ ରେ ୨୧ଟା ସମବାୟ ସମିତି ଥିଲେ ମଧ୍ୟ କୈାଣସି ସମିତିରେ ୟୁରିଆ ସାର ମିଳୁନାହିଁ। ଚାଷୀ ମାନେ ଚଢାଦରରେ ଅର୍ଥାତ୍ ୪୫୦ରୁ ୫୦୦ ଟଙ୍କା ମଧ୍ୟରେ ୟୁରିଆ ସାର ଦଲାଲଙ୍କ ଠାରୁ କିଣିବାକୁ ବାଧ୍ଯ ହେଉଛନ୍ତି। ଯାହା ଫଳରେ କି ଚାଷୀ ଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି। ରାଜ୍ୟ ସରକାର ଚାଷୀ ମାନଙ୍କର ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବାର ଡିଣ୍ଡିମ ପିଟୁଥିଲେ ମଧ୍ୟ ସାର ର ଅଭାବକୁ ଏ ପର୍ଯ୍ୟନ୍ତ ସମାଧାନ କରିପାରି ନାହାନ୍ତି। ବର୍ତ୍ତମାନ ସମୟରେ ଚାଷୀ ଜଦି ତାର ଧାନ କ୍ଷେତରେ ସାର ନଦିଏ ତାହା ହେଲେ ଭଲ ଫସଲ କରି ପାରିବ ନାହିଁ। ଅନେକ ଚାଷୀ ଏପର୍ଯ୍ୟନ୍ତ ଜମିରେ ସାର ପକାଇ ପାରିନାହାନ୍ତି। ଚାଷୀ ମାନଙ୍କ ମଧ୍ୟରେ ୟୁରିଆ ସାର ପାଇଁ ଭାଳେଣି ପଡିଛି। ରାଜ୍ୟ ସରକାର ଏହାର ତୁରନ୍ତ ସମାଧାନ ନକଲେ ଚାଷୀ ଆନ୍ଦୋଳନ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।