ବୋଲଗଡ଼ ବ୍ଲକରେ ପୁରୁଣା ନଳ କୂପ ପାଇପି ବିକ୍ରି ନେଇ ବିଡିଓ ହଟହଟା।

0 283

ବୋଲଗଡ଼,୧୧/୧୦(ପିପିଟି): ବହୁ କେଳେଙ୍କାରି ସଂପୃକ୍ତ ବୋଲଗଡର ବିଡ଼ିଓ ଧୋବେଇ ନାୟକ ବଦଳି ନୟାଗଡ ଜିଲ୍ଲାକୁ ହୋଇଛି। ତାଙ୍କ ବଦଳରେ ହିନ୍ଦୋଳର ଡେପୁଟି କଲେକ୍ଟର ଶରତ ମଲ୍ଲିକ ୨ ଦିନ ମଧ୍ୟରେ ବୋଲଗଡ଼ରେ ବିଡ଼ିଓ ଭାବେ ଯୋଗ ଦେବାର ଅଛି । ଏହି ଅବସରରେ ବର୍ତ୍ତମାନର ବିଡିଓ ତରବର ଭାବେ ବ୍ଲକ କାର୍ଯ୍ୟାଳୟରେ ଗଚ୍ଛିତ ଥିବା ପୁରୁଣା ନଳକୂପ ପାଇପ ଶାଗ ମାଛ ଦରରେ ବିକ୍ରୀ କରୁଥିବା ବେଳେ କେତେକ ଗଣମାଧ୍ୟମ ପ୍ରତିନିଧି ଓ ବିଜେଡ଼ି ଓ କଂଗ୍ରେସ ଦଳର କେତେକ କର୍ମୀ ମାନେ ଏହାକୁ ଜାଣିପାରି ତିବ୍ର ବିରୋଧ କରିଥିଲେ। ଏଥିରେ ବିଡିଓ ହଟହଟା ହେବା ସହିତ ରାତି ୮ଟାରେ ବ୍ଲକ କାର୍ଯ୍ୟଳୟ ଭିତରୁ ନିଲାମ ଧାରି ପାଇପି ନେଉଥିବା ବେଳେ ତୀବ୍ର ଉତେଜନା ଦେଖା ଦେଇଥିଲା।

ଘଟଣାରୁ ପ୍ରକାସ ଯେ ବୋଲଗଡ ବ୍ଲକ ଅଞ୍ଚଳରେ ବସୁଧା ଯୋଜନାରେ ସବୁ ଗାଁକୁ ସ୍ୱଚ୍ଛ ପାନୀୟ ଜଳ ପାଇପୀ ମଧ୍ୟମରେ ଯୋଗାଇ ଦିଆଯାଇଛି। ଏଥି ଯୋଗୁ ଶହଶହ ନଳକୂପ ବ୍ୟବହାର ନହୋଇ ଅଚଳ ହୋଇ ପଡ଼ିଛି। ସେହି ନଳକୂପ ଗୁଡିକରୁ ହାଜର ହାଜର ସଂଖ୍ୟାରେ ପୁରୁଣା ପାଇପ ରଡ, ହାଣ୍ଡେଲ, ଷ୍ଟାଣ୍ଡ ପୋଷ୍ଟ ମାନ ବ୍ଲକ କାର୍ଯ୍ୟଳୟ ପରିସରରେ ୩ ଟି ଗୋଦାମ ଘରେ ଗତ ୩ ବର୍ଷରେ ଏହି ପୁରୁଣା ଯନ୍ତ୍ରାଂଶ ଗଚ୍ଛିତ ରହିଥିଲା। ବିଡିଓ ଧୋବେଇ ନାୟକଙ୍କ ବଦଳି କରିବାରୁ ତରବରିଆ ଭାବେ ନିଲାମ କରିବା ପାଇଁ ନୋଟିସ ମାରିଥିଲେ। ଖବର କାଗଜରେ ବିଜ୍ଞାପନ ନଦେଇ ବ୍ଲକ ନୋଟିସ ବୋର୍ଡରେ ଗତ ୧୫ .୦୭.୨୩ ଉପରଓଳି ନିଲାମ ପେପର ଖୋଲି ନୟାଗଡ ଜିଲ୍ଲାର ରଣପୁର ଅଞ୍ଚଳର ବି.ବି.ଏସ୍ ଏଣ୍ଟରପାଇଜସ ସବାଧିକ କୁଇଣ୍ଟାଲ ପିଛ ୧୭୪୦ ଟଙ୍କା ଦରରେ ବିକ୍ରୀ କରାଯାଉଥିଲା। କିନ୍ତୁ ଏହି ନିଲାମରେ ଅନ୍ୟ ତିନିଜଣ ନିଲାମ ଧାରିଙ୍କର ଠିକଣାରେ କେବଳ କାଗଜ ପତ୍ର ଲୋକ ଦେଖଣିଆ ଦର୍ଶାଯାଇଛି। ପ୍ରକୃତରେ ବଜାର ମୂଲ୍ୟ ପୁରୁଣା ଲୁହା କୁଇଣ୍ଟାଲ ୩ ହଜାରରୁ ଊର୍ଦ୍ଧ୍ବ ରହିଛି। ଏହି ନିଲାମଧାରୀ ସଂସ୍ଥା ୧୨ ଟନ ୮୨ କିଲୋ ପ୍ରାୟ ଲୁହା ନେବା ପାଇଁ ୨ଲକ୍ଷ ୧୦ହଜାର ୨ ଶହ ୨୨ଟଙ୍କା ଡିଡି ମଧ୍ୟମରେ ବ୍ଲକରେ ଯମା କରିଛନ୍ତି। ଏହା ସାଙ୍ଗକୁ ଗୋଟିଏ ପୁରୁଣା ପାଇପର ଓଜନ ପ୍ରାୟ ୭ କିଲୋରୁ ଉର୍ଦ୍ଧ ଥିବା ବେଳେ ପାଇପ ପିଛା ୪ କିଲୋ ୫୦୦ ଗ୍ରାମ ହିସାବରେ ନିଲାମ ଧରିଙ୍କୁ ବ୍ଲକ ପ୍ରଶାସନ ବିକ୍ରୀ କରୁଛି। ନିଲାମଧାରୀ ୧୨ ଟନ ୮ କୁଇଣ୍ଟାଲ୍ ନେବା ନିୟମ ଥିବା ବେଳେ ବିଡିଓ ୨୦ ଟନ ବିକ୍ର କରୁଥିଲେ। ଏପରିକି ବିଭାଗୀୟ ପାନୀୟ ଜଳ ଯନ୍ତ୍ରୀ ୨ ଜଣ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ଅଜ୍ଞାତରେ ଏହି ପାଇପି ବିକ୍ରି କରୁଥିବା ଯନ୍ତ୍ରୀଙ୍କ ଠାରୁ ପ୍ରକାଶ।ଏହି ଘଟଣାରେ ଆଜି ମଙ୍ଗଳବାର ବ୍ଲକ ପରିସରରେ ଏକ କଣ୍ଟେନର ଟ୍ରକରେ ଓଡ଼ି ୦୨ ବିଡି 5378 ନମ୍ବର ବିଶିଷ୍ଟ ଆଇଚର ଟ୍ରକ ସନ୍ଧ୍ୟାରେ ଲୋର୍ଡ କରୁଥିବା ବେଳେ ସ୍ଥାନୀୟ ବିଜେଡ଼ି ନେତା ଦିଲ୍ଲୀପ କୁମାର ଦତ୍ତ ଓ କଂଗ୍ରେସ ନେତା ପ୍ରଭାତ କୁମାର ପରିଡ଼ା, ଗଙ୍ଗାଧର ଦାସ ସମେତ ବ୍ଲକର ବହୁ ଗଣମଧ୍ୟାମ ପ୍ରତିନିଧି ମାନେ ଖବର ପାଇ ଏଭଳି ଦୁର୍ନୀତି କାର୍ଯ୍ୟକୁ ବିରୋଧ କରିଥିଲେ। ବିଡ଼ିଓଙ୍କ ପରାମର୍ଶ କର୍ମେ ବ୍ଲକର ସମସ୍ତ ଲାଇଟ ଲିଭାଇ ଲୋଡ ହୋଇଥିବା ଟ୍ରକରେ ପ୍ରାୟ ୧୦ ଟନ ୮ କୁଇଣ୍ଟାଲ ନେଇ ଟ୍ରକ୍ ଡ୍ରାଇଭର ଛୁ ମାରିଥିଲା। ଏ ସଂକ୍ରାନ୍ତରେ ବିଡିଓଙ୍କୁ ପଚାରିବାରୁ ମୁଁ ନିୟମ ଅନୁଯାୟୀ ନିଲମ ପକ୍ରୀୟା କରିଛି। ଏଥିରେ କୌଣସି ଦୁର୍ନୀତି ହୋଇନାହିଁ ବୋଲି ସଫେଇ ଦେଇଥିଲେ। ବିଡ଼ିଓ ଆଜି ରାତି ୮ ଟା ପର୍ଯ୍ୟନ୍ତ ବ୍ଲକରେ ରହି ପାଇପ ବିକ୍ରୀ କର୍ଯ୍ୟରେ ଲାଗିଥିବା ବେଳେ ଏପରି ହୋହାଲ୍ଲା ଶୁଣି ତରବରିଆ ଭାବେ ଭୁବନେଶ୍ୱର ବାସ ଭବନକୁ ନିଜସ୍ଵ କାରରେ ପଳାଇ ଯାଇଥିଲେ। ଏହାର ଭିଜିଲାନ୍ସ ତଦନ୍ତ କରିବା ପାଇଁ ସାଧାରଣ ଦାବି ହୋଇଛି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.