ବୋଲଗଡ଼ ଅଞ୍ଚଳର ବିଭିନ୍ନ ପୂଜାମଣ୍ଡପ ରେ ମା’ଶ୍ୟାମାକାଳୀଙ୍କ ପୂଜା ଅନୁଷ୍ଠିତ।

0 308

ବୋଲଗଡ଼,୦୧/୧୧(ପିପିଟି): ବୋଲଗଡ଼ ବ୍ଲକ ଅଞ୍ଚଳ ରେ ପୁରପଲ୍ଲୀ ରେ ଆଲୋକର ପର୍ବ ଦୀପାବଳୀ କୁ ଧୁମଧାମରେ ପାଳନ କରାଯାଇଛି। ଛୋଟ ପିଲାମାନଙ୍କ ଠାରୁ ବଡ ପର୍ଯନ୍ତ ନିଜ ନିଜ ଘରେ ରଙ୍ଗବେରଙ୍ଗର ଲିଚୁ ଲାଇଟ୍ ସଜାଇ ଦୀପ ଜଳେଇ ଆଲୋକର ପର୍ବ ଦୀପାବଳୀ ପାଳନ କରିଛନ୍ତି। ଏହି ଆଲୋକର ପର୍ବ ଦୀପାବଳୀ ଅବସରରେ ପୂଜାମଣ୍ଡପ ଗୁଡିକରେ ସୁଉଚ୍ଚ ସୁନ୍ଦର ତୋରଣ ସହ ଝିଲିମିଲି ଆଲୋକମାଳାରେ ସୁସଜ୍ଜିତ ପୂଜାମଣ୍ଡପ ରେ ମୃଣିୟ ମୂର୍ତ୍ତି ମା’ଶ୍ୟାମ କାଳୀ ଙ୍କର ପୂଜା ବିଧି ବିଧାନ ଅନୁଯାୟୀ ପାଳନ କରାଯାଇଛି। ବୋଲଗଡ଼ ର ଗଡସାହି, ରାଜସୁନାଖଳାର କୁମ୍ଭାରିଛକ,ହଳଦିପଦାର ବାରଦାଣ୍ଡି ସାହି ଏହି ସବୁ ପୂଜା ମଣ୍ଡପ ଗୁଡିକରେ ମା’ ଶ୍ୟାମାକାଳୀଙ୍କର ପୂଜା ଅର୍ଚ୍ଚନା କରାଯାଉଛି।ଏହି ପୂଜାମଣ୍ଡପ ଗୁଡିକରେ ସ୍ଥାନୀୟ ଅଞ୍ଚଳରବାସି ମା’ଶ୍ୟାମାକାଳୀ ଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରି ଥିବା ଦେଖିବାକୁ ମିଳିଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.