ବୋଲଗଡ଼ର ଉର୍ନ୍ନତି ମୂଳକ କାର୍ଯ୍ୟ ପାଇଁ ତହସିଲଦାର ସମସ୍ତ ସମ୍ବାଦଦାତା ବନ୍ଧୁ ମାନଙ୍କ ସହ ଆଲୋଚନା।

0 95

ବୋଲଗଡ,୧୯/୦୮(ପିପିଟି): ବୋଲଗଡ ତହସିଲଦାରଙ୍କ ବିଭିନ୍ନ ଉର୍ନ୍ନତି ମୂଳକ କାର୍ଯ୍ୟକ୍ରମକୁ ଦେଖି ଆଜି ବୋଲଗଡ କାର୍ଯ୍ୟରତ ସାମ୍ବାଦିକ ସଂଘ ପକ୍ଷରୁ ବୋଲଗଡ ତହସିଲଦାରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପବିତ୍ର ସ୍ୱାଧୀନତା ଦିବସରେ ବୃଦ୍ଧାଶ୍ରମରେ ପହଂଚି ତହସିଲଦାର ଭୋ ଭୋ କାନ୍ଦିବା ଦୃଶ୍ୟ ବୋଲଗଡ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସେହିଦିନ ତହସିଲଦାରଙ୍କ ପ୍ରୟାସରେ ୨ ଜଣ ବୃଦ୍ଧ ଆଶ୍ରମରୁ ଘରକୁ ଫେରିଥିଲେ । ଆଜିପଯ୍ୟନ୍ତ ପ୍ରତି ଅନୁଷ୍ଠାନ ଓ ବିଦ୍ୟାଳୟଗୁଡିକୁ ନିଜର ପଟା ପାଇନଥିବାବେଳେ ସେମାନଙ୍କୁ ପଟା ପ୍ରଦାନ କରିଥିଲେ। ସମସ୍ତ ଜନ ସାଧାରଣଙ୍କୁ ସଚେତନତା କରି ନୂଆ ପଟା ଦେବାରେ ବୋଲଗଡ ତହସିଲଦାର ଆଗରେ ରହିଛନ୍ତି । ଆଜି ସମସ୍ତଙ୍କ ଉପସ୍ଥିତତରେ ବୋଲଗଡ ତହସିଲଦାରଙ୍କ ନିକଟରେ ବୋଲଗଡ ସାମୁହିକ ବିକାଶ ବିଷୟରେ ଆଲୋଚନା କରାଯାଇଥିଲା । ବୋଲଗଡ ଏନଏସି ସହିତ ବୋଲଗଡ କୋର୍ଟ ପାଇଁ ଜାଗା, ବସ ଷ୍ଟାଣ୍ଡ ପାଇଁ ଜାଗା,ଆରଡି ଅଫିସ, ହଟିକଲଚର ଅଫିସ ଓ କୃଷି ଅଫିସ ସହିତ ୧୦ ଟି ପ୍ରକଳ୍ପ ବିଷୟରେ ଆଲୋଚନା ହୋଇଥିଲା । ଏହି ସମସ୍ତ କାର୍ଯ୍ୟକୁ ଖୁବ ଶୀଘ୍ର କରିବା ପାଇଁ ବୋଲଗଡ ତହସିଲଦାର ସମସ୍ତଙ୍କୁ ପ୍ରତିଶୃତି ଦେଇଛନ୍ତି । ବୋଲଗଡ ତହସିଲଦାର ବିଜୟ ସେଠୀ ୩ ଟି ଦାୟିତ୍ୱ ବୋଲଗଡ ବିଡ଼ିଓ, ବୋଲଗଡ ସବ ରେଜିଷ୍ଟାର ଓ ତହସିଲଦାର ଦାୟିତ୍ବରେ ରହି ମଧ୍ୟ ଅନେକ କାର୍ଯ୍ୟକୁ ସଠିକ ରୂପେ ସମ୍ପାଦନା କରିପାରିଛନ୍ତି । କାର୍ଯ୍ୟରତ ସମସ୍ତ ଗଣ ମାଧ୍ୟମ ପ୍ରତିନିଧି ନିରଞ୍ଜନ ନାୟକ, ସତ୍ୟନାରାୟଣ ବାରିକ, ନିରଞ୍ଜନ ସେଠୀ, ଦେବବ୍ରତ ହୋତା, ଦିପକ ପାହାଡ଼ସିଂହ, ପ୍ରଫୁଲ ସିଂହ,କାଶୀ ହୋତା, କାର୍ତ୍ତିକ ସ୍ୱାଇଁ, ସୁଶାନ୍ତ ପ୍ରଧାନ, ହାଡିବନ୍ଧୁ ଲେଙ୍କା,ସଂଜୀବ ସେଠୀ, ସୁରେଶ ସାମନ୍ତରାୟଙ୍କ ସମେତ ଯୁବ ସମାଜ ସେବୀ ପପୁ ମହାପାତ୍ର, ମନୋଜ କୁମାର ପଣ୍ଡା ଓ ଲଲାଟେନ୍ଦୁ କେଶରୀ ସିଂହ ଏବଂ ଓକିଲ ସୁଶ୍ରୀ ଗଉରୀ ଦେବୀ ପ୍ରମୁଖ ଉପସ୍ଥିତ ରହିଥିଲେ । ତହସିଲଦାର କହିଛନ୍ତି ମୁଁ ଅଫିସରେ ବସିବାକୁ ଚାହେଁ ନାହିଁ ଗାଁ ଗାଁ ବୁଲି ଘର ଘର ଯାଇ ଲୋକଙ୍କ ସମସ୍ୟାକୁ ସମାଧାନ କରିବାକୁ ଚାହେଁ । କବେ ହେଲେ ମୁଁ ଘର ଘର ବୁଲିବାକୁ କୁଣ୍ଠାବୋଧ କରିବି ନାହିଁ । ମୁଁ ଲୋକଙ୍କ ପାଇଁ କର୍ମଚାରୀ ଲୋକଙ୍କ ପାଇଁ ମୁଁ ଆସିଛି ମୋ ଦ୍ଵାରା ଯେତେ ସମ୍ଭବ ମୁଁ ସେତିକି କାର୍ଯ୍ୟ କରିବି ।  ବୋଲଗଡ ଅଞ୍ଚଳ ବାସୀ ମୋ ସହିତ ରହି ମତେ ସହଯୋଗକଲେ ଆମେ ସମସ୍ତେ ମିଳିମିଶି ବୋଲଗଡକୁ ଶୀର୍ଷର ବିକାଶରେ ପହଞ୍ଚାଇବାକୁ ଚେଷ୍ଟା କରିବା ବୋଲି ତହସିଲଦାର ଶ୍ରୀ ସେଠୀ କହିଥିଲେ ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.