ବୋଲଗଡ଼,୧୦/୧୦(ପିପିଟି):ବୋଲଗଡ଼ ବ୍ଲକ ଆନୁକୂଲ୍ୟରେ ରାଜ୍ୟ ଭଏସ ଅଫ ମିଡିଆ ସଂଘ ପକ୍ଷରୁ ଏକ ସାଙ୍ଗଠନିକ ବୈଠକ କୋଟଗଡ ପାର୍କ ଠାରେ ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସରରେ ରାଜ୍ୟ ସଭାପତି ପ୍ରଭାତ କୁମାର ମିଶ୍ର ଯୋଗଦେଇ ସଂଘ ଓ ସାଙ୍ଗଠନିକ ସମ୍ପର୍କରେ ସୂଚନାଦେଇ ଥିଲେ। ଭଏସ ଅଫ ମିଡିଆ ସଂଘ ଭାରତ ବର୍ଷର ସମସ୍ତ ରାଜ୍ୟର କୋଣ ଅନୁକୋଣରେ ନିଜର କାୟା ବିସ୍ତାର କରିଚାଲିଛି।ବାସ୍ତବ କ୍ଷେତ୍ରରେ ନିଜ ଜୀବନକୁ ବାଜି ଲଗାଇ ସାମ୍ବାଦିକ ଖବର ପ୍ରଚାର ପ୍ରସାରଣ କରେ,ହେଲେ ଅନେକ ସମୟରେ ସାମ୍ବାଦିକ ଜୀବନ ସୁରକ୍ଷା ବଦଳରେ ଅସୁରକ୍ଷିତ ବଳୟ ମଧ୍ୟକୁ ଟାଣି ହୋଇ ଚାଲି ଯାଇଥାଏ।ଫଳରେ ସାମ୍ବାଦିକ ନିଜର ନୈତିକତା ହରାଇବାକୁ ପରିସ୍ଥିତି ଏକ ପ୍ରକାର ନିଶ୍ଚିତ କରାଇଥାଏ।ତେଣୁ ସାମ୍ବାଦିକ ନିର୍ଭୀକତାର ସହ ଖବର ପରିବେଷଣ ପାଇଁ ସୁରକ୍ଷା ତାର ମୁଖ୍ୟ ଆୟୁଧ ହେବା ନିହାତି ଜରୁରୀ ବୋଲି ରାଜ୍ୟ ସଭାପତି ଶ୍ରୀ ମିଶ୍ର କହିଥିଲେ।ଏଥିରେ ଖୋର୍ଦ୍ଧା ଜିଲ୍ଲା ସଭାପତି ସୁକାନ୍ତ କୁମାର ପରିଡା ଯୋଗଦେଇ ସାମ୍ବାଦିକ ସୁରକ୍ଷା ପାଇଁ ସରକାର ନିହାତି ଯତ୍ନବାନ ହେବା ନିହାତି ଆବଶ୍ୟକ ବୋଲି
କହିଥିଲେ। ଜିଲ୍ଲା କୋଷାଧକ୍ଷ ସରୋଜ କୁମାର ମୁଦୁଲି ଜିଲ୍ଲା,ଯୁଗ୍ମସମ୍ପାଦକ ମାନସ ପାଣିଗ୍ରାହୀ ଏବଂ ଆସିଷ୍ଟାଣ୍ଟ ସେକ୍ରେଟାରୀ କାଳନ୍ଦୀ ବ୍ରହ୍ମା ଯୋଗଦେଇଥିଲେ ।ଏଥିରେ ସଂଘ ପକ୍ଷରୁ ସମସ୍ତ ସାମ୍ୱାଦିକ ମାନଙ୍କର ଭଏସ ଅଫ ମିଡ଼ିଆର ପରିଚୟ ପତ୍ର ବଣ୍ଟନ କରାଯାଇଥିଲା। ଏହି ସଭାରେ ସାମ୍ବାଦିକ ଅଶୋକ କୁମାର ପ୍ରଧାନ,ଦେବବ୍ରତ ହୋତା, ସୁଶାନ୍ତ କୁମାର ପ୍ରଧାନ, ମାନସ ରଂଜନ କର,ପାଣ୍ଡବସାହୁ,ପ୍ରଫୁଲ ସିଂହ, ଗଙ୍ଗାଧ଼ ସାହୁ, ଅବଦୁଲ ଖଲିକ ଖାଁ, ଯଦୁନାଥ ସାମନ୍ତରାୟ,ନିରଂଜନ ସେଠି,କାର୍ତ୍ତିକ ସ୍ୱାଇଁ, ସୁକାନ୍ତ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଥିଲେ ଏବଂ ସଭାକୁ ସାମ୍ବାଦିକ ନିରଞ୍ଜନ ନାୟକ ପରିଚାଳନା କରିଥିବାବେଳେ ପରି ଶେଷରେ ସାମ୍ବାଦିକ ସତ୍ୟନାରାୟଣ ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)