ବୋଲଗଡ଼,୨୫/୦୮(ପିପିଟି)ରାଜ୍ୟ ସରକାର ନିକଟରେ ଘୋଷଣା କରିଥିବା ୧୨ଟି ନୂଆ ଏନଏସିକୁ ନେଇ ସ୍ଥାନେ ସ୍ଥାନେ ଅସନ୍ତୋଷ ଦେଖାଦେଇଛି । ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ଏନଏସି ବିବାଦଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ବ୍ୟାପିଛି ଏନଏସି ନିଆଁ ।ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଓ ବୋଲଗଡ଼କୁ ଏନ ଏସି ମାନ୍ୟତା ଦାବିରେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ଏବଂ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗତ ୨୨ ତାରିଖରେ ବେଗୁନିଆ କୁ ଏନଏସି ଦାବିରେ ବିଜେଡି ପକ୍ଷରୁ ଛଅ ଘଣ୍ଟିଆ ବେଗୁନିଆ ବନ୍ଦ ଡାକରା ଦେଇଥିବା ବେଳେ ଆଜି ଅନୁରୂପ ଭାବେ ବୋଲଗଡ଼କୁ ଏନ ଏସି ଦାବିରେ ଛଅ ଘଣ୍ଟିଆ ବନ୍ଦ ଡାକରା ଦେଇଛି କ୍ରିୟାନୁଷ୍ଠାନ କମିଟି । ବନ୍ଦ ପ୍ରଭାବରେ ସକାଳୁ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡି ଚଳାଚଳ ସ୍ୱାଭାବିକ ରହିଛି । ଏହି ଆନ୍ଦୋଳନରେ ବୋଲଗଡ ର ନିର୍ବାଚିତ ପ୍ରତିନିଧି, ମିଳିତ କ୍ରିୟାନୁଷ୍ଠାନ କମିଟି, ବଣିକ ସଂଘ, ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା, ଯୁବ ଭାଇ ଓ ମା ମାନେ ଏକାଠି ହୋଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ବୋଲଗଡ ବିଡ଼ିଓ ଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।