ବୋଲଗଡକୁ ମରୁଡି ଘୋଷଣାର ସମାଧାନ ନହେଲେ ଭୋଟ ବର୍ଜନ ଚେତାବନୀ ସହ ଦାବିପତ୍ର ଦେଲେ ଚାଷୀ।

0 297

ବୋଲଗଡ,୧୫/୦୩(ପିପିଟି):ବୋଲଗଡ ବ୍ଲକ ଏକ କୃଷି ବହୁଳ ଅଞ୍ଚଳ ଅଟେ l ଏଠାରେ ୯୦ଶତକଡା ଲୋକ କୃଷି କାର୍ଯ୍ୟ ଉପରେ ନିର୍ଭର କରନ୍ତି l କିନ୍ତୁ ବୋଲଗଡ ବ୍ଲକ ଅଞ୍ଚଳରେ ଚାଷ ଓ ଚାଷୀର ବିକାଶ ପାଇଁ କୌଣସି ଜଳ ସେଚନର ବ୍ୟବସ୍ଥା ନାହିଁ l ତେଣୁ ଗତ ବର୍ଷ ସ୍ୱଳ୍ପ ବର୍ଷା ଯୋଗୁଁ ଧାନ ଫସଲ ଭଲ ହୋଇ ନଥିଲା l ତେଣୁ ଚାଷୀ ପରିବାରର ଭରଣ ପୋଷଣ ପାଇଁ ଓ କୃଷି ଋଣ ସୁଝିବାକୁ ସମସ୍ତ ଚାଷୀ କୁଳ ମୁଣ୍ଡରେ ହାତ ଦେଇ ବସିଛନ୍ତି l ଚାଷୀ କୃଷକ ନେତା ପ୍ରକାଶ ଚନ୍ଦ୍ର ରାଉତରାୟ ଙ୍କ ନେତୃତ୍ୱ ରେ ବ୍ଲକ ସ୍ତରୀୟ ଚାଷୀ ମାନେ ବୋଲଗଡ ବ୍ଲକ କୁ ମରୁଡ଼ି ଅଞ୍ଚଳ ଘୋଷଣା କରିବା, ଚାଷର ବିକାଶ ପାଇଁ ଜଳସେଚନ ବ୍ୟବସ୍ଥା କରିବା, କୃଷି ଋଣ ଛାଡ କରିବା ଓ ଚାଷୀମାନଙ୍କୁ ମାଗଣାରେ ଉନ୍ନତ ଧରଣର ସାର ଓ ବିହନ ଯୋଗାଇ ଦେବା ପାଇଁ ଏକ ଲିଖିତ ଦାବୀ ପତ୍ର ବୋଲଗଡ ତହସିଲଦାର ନିବେଦିତା ପରିଡା, ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ ଓ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଥିଲା l ଚାଷୀ ମାନଙ୍କର ସମସ୍ତ ସମସ୍ୟା ସମାଧାନ କରାଯାଇ ବୋଲଗଡ ବ୍ଲକ କୁ ମରୁଡ଼ି ଅଞ୍ଚଳ ଘୋଷଣା କରିବାକୁ ଉପଜିଲ୍ଲାପାଳ ଶ୍ରୀ ସେଠୀ ଓ ଜିଲ୍ଲାପାଳ ନିର୍ଭର ପ୍ରତିଶୃତି ଦେଇଥିଲେ l କିନ୍ତୁ ଆଜି ପର୍ଯ୍ୟନ୍ତ ସେମାନେ କଥା ଦେଇ କଥା ରଖିପାରିଲେ ନାହିଁ l ଦାବୀ ତୁରନ୍ତ ପୂରଣ ପାଇଁ ସେବା ସମବାୟ ବ୍ୟାଙ୍କର ନିର୍ଦେଶକ ପ୍ରକାଶ କୁମାର ରାଉତରାୟଙ୍କ ନେତୃତ୍ଵରେ ବୋଲଗଡ ଶାଖା ସେବା ସମବାୟର ସଭାପତି, ସଦସ୍ୟ ଓ ଚାଷୀ ମାନେ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କୁ ଲିଖିତ ଦାବୀପତ୍ର ପ୍ରଦାନ କରିଅଛନ୍ତି।ଦାବି ହାସଲ ନ ହେଲେ ଭୋଟ ବର୍ଜନ କରିବା ପାଇଁ ଚେତାବନୀ। ବାରମ୍ବାର ସରକାରଙ୍କୁ ଜଣାଇବା ସତ୍ୱେ ମଧ୍ୟ ଏ ପର୍ଯ୍ୟନ୍ତ ରାଜ୍ୟସରକାର ବୋଲଗଡ ଚାଷୀଙ୍କ ଦୁଃଖକୁ କର୍ଣ୍ଣପାତ କରୁନାହାନ୍ତି l ଯଦି ବୋଲଗଡ ବ୍ଲକକୁ ମରୁଡି ଘୋଷଣା କରନଗଲା ପ୍ରତି ଗାଁ ଗାଁର ଚାଷୀ ଭାଇମାନେ ଭୋଟ ବର୍ଜନ କରିବେ ବୋଲି ଚାଷୀନେତା ପ୍ରକାଶ ଚନ୍ଦ୍ର ରାଉତରାୟ କହିଛନ୍ତି l ଆଗାମୀ ଦିନରେ ବୋଲଗଡର ୧୯ଟି ପଞ୍ଚାୟତର ଚାଷୀମାନଙ୍କୁ ଏକତ୍ରିତ କରି ଭୋଟ ବର୍ଜନ ଉପରେ ଆଲୋଚନା କରାଯିବା ସହିତ ଜଣେ ଚାଷୀନେତା ଆମର ଦରକାର ବୋଲି ଆଲୋଚନା କରାଯିବ l ସରକାର ବୋଲଗଡ ବ୍ଲକ କୁ ମରୁଡି ଘୋଷଣା କରିବା ପାଇଁ ଚାଷୀନେତା ନିବେଦନ କରିଅଛନ୍ତି l

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.