ବୋଉ ମୋର ପଖାଳ କଂସା
ବୋଉ ମୋର ସକଳ ଆଶା ।
ବୋଉ ମୋର ମୁଖର ଭାଷା
ବୋଉ ମୋର ସାହା ଭରସା ।
ବୋଉ ମୋର ଅନ୍ଧାରେ ଦୀପ
ବୋଉ ମୋର ଶିକ୍ଷା ପ୍ରଦୀପ ।
ବୋଉ ମୋର ସର୍ବ ସଂପଦ
ବୋଉ ମୋର ଓଁକାର ଶବ୍ଦ ।
ବୋଉ ମୋର ପବିତ୍ର ନଈ
ସବୁ ପାପ ନିଏ ମୋ ଧୋଇ ।
ବୋଉ ମୋର କଲ୍ୟାଣ ସିନ୍ଧୁ
ବୋଉ ମୋର ଅମୃତ ବିନ୍ଦୁ ।
ବୋଉ ମୋର କ୍ଷମା ସାଗର
ବୋଉ ହୃଦ ନୀଳ ଅମ୍ବର ।
ବୋଉ ମୋର ସକଳ ତୀର୍ଥ
ବୋଉ ଚିତ୍ତ ଅତି ନିସ୍ବାର୍ଥ ।
ବୋଉ ମନ ସରଳ ଭାବ
ଛୁଏଁ ନାହିଁ ତିଳେ ଅଭାବ ।
ସବୁ ଦେଇ ପାଏ ଆନନ୍ଦ
ବୋଉ ହସ ସରଗ ଚାନ୍ଦ ।
ବୋଉ ହସ୍ତ ଦାନ ପୂଣ୍ୟକୁ
ବୋଉ କଥା ଗଢେ ଗୁଣକୁ ।
ବୋଉ ମୋର ସଂସ୍କାର ଧାରା
ବୋଉ ମୋର ପୂଣ୍ୟ ପସରା ।
ବୋଉ ଡାକ ଅତି ମଧୁର
ବୋଉ ପାଦେ କୋଟି ଜୁହାର ।
ନାହିଁ ବୋଉ ଯାହାର ଜାଣ
ସବୁ ଥାଇ ସଂସାରେ ହୀନ ।
ବୋଉ ଜାଣେ ଅନ୍ତର କଥା
ବୋଉ ହରେ ଅନ୍ତର ବ୍ଯଥା ।
ବୋଉ ଡାକ ବେଦ ମନ୍ତର
ବୋଉ ନାମ ଜଗତେ ସାର୍ ।
ବୋଉ ବୋଉ ସ୍ମରଣ କରି
ଏ ଜଞ୍ଜାଳୁ ହୋଇବି ପାରି ।
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭