ବୋଲଗଡ଼,୨୬/୦୪(ପିପିଟି): ବର୍ତ୍ତମାନ ପରିସ୍ଥିତିରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏଥିପାଇଁ ଏ.ସି ,କୁଲର, ଫ୍ୟାନ ର ଅଧିକ ମାତ୍ରାରେ ବ୍ୟବହାର କରୁ ଥିବାର ଦେଖିବାକୁ ମିଳୁଛି। କିନ୍ତୁ କେତେ ଦିନ ପର୍ଯ୍ୟନ୍ତ ଏହି ଏ.ସି,କୁଲର ସାହାଯ୍ୟ ନେବେ। ବିଶିଷଜ୍ଞ ଓ ବୁଦ୍ଧିଜୀବୀ ଏବଂ ପାଠ୍ୟ ପୁସ୍ତକ ଅନୁସାରେ ଦେଶରେ ୫୦୦ ରୁ ୬୦୦କୋଟି ର ଗଛର ଆବଶ୍ୟକତା ଅଛି।ସ୍ଥାନ କାଳ ଅନୁସାରେ ଏବେ ରୌଦ୍ରତାପ ୪୦ଡିଗ୍ରୀ ସେଲସିଅସ୍ ରୁ ୪୫ଡିଗ୍ରୀ ସେଲସିଅସ୍ ରହୁଅଛି। ଏହା କେବଳ ଆରମ୍ଭ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏ.ସି ଓ କୁଲର ପ୍ରୟୋଗ ଦ୍ଵାରା ଆଗକୁ ୪୫ଡିଗ୍ରୀ ସେଲସିଅସ୍ ରୁ ୪୯ ଡିଗ୍ରୀ ସେଲସିୟସ, ୫୦ଡିଗ୍ରୀ ସେଲସିଅସ୍ ରୁ ୫୫ଡିଗ୍ରୀ ସେଲସିଅସ୍ ଓ ୫୫ଡିଗ୍ରୀ ସେଲସିଅସ୍ ରୁ ୬୦ଡିଗ୍ରୀ ସେଲସିଅସ୍ ପର୍ଯ୍ୟନ୍ତ ପହଞ୍ଚିବାକୁ ଅଧିକ ସମୟ ଲାଗିବ ନାହିଁ। ଯାହା କି ଏ.ସି ,କୁଲର ଏସବୁ କାମକୁ ଆସିବ ନାହିଁ। ଯାହା ଦ୍ଵାରା ୫୫ଡିଗ୍ରୀ ସେଲସିଅସ୍ ରୁ ପଶୁ ପକ୍ଷୀ ଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ବଞ୍ଚିରହି ପାରିବନାହିଁ।ସେଥିପାଇଁ ସମୟ ଥାଉ ଥାଉ ବର୍ତ୍ତମାନ ଠାରୁ ବୃକ୍ଷ ଲଗାଇବା କୁ ପଡ଼ିବ। ଗୋଟିଏ ବୃକ୍ଷ ବଢିବା ପାଇଁ ୫ରୁ ୭ବର୍ଷ ଲାଗିଥାଏ। ଆଗକୁ ନିଶ୍ଚିତ ଭାବରେ ବର୍ଷା ରୁତୁ ଆସିବାର ଅଛି। ନିଶ୍ଚିତ ଭାବରେ ଆମ ସମସ୍ତଙ୍କୁ ୨ରୁ ୩ଟି ଗଛ ଲଗାଇବା ପାଇଁ ପଡିବ। ନିଜର ଜାଗାହେଉ ଅବା ସରକାରୀ ଜାଗା କିମ୍ବା ରାସ୍ତା କଡ଼ରେ ବୃକ୍ଷରୋପଣ କରି ପାରନ୍ତି। ବୃକ୍ଷ ଥିଲେ ପ୍ରକୃତିକ ବିପର୍ଯ୍ୟୟ କମହୋଇଥାଏ। ଏହି ବୃକ୍ଷ ଆମର ଜୀବନ ଅଟେ। ସବୁ କିଛି ସରକାର ଙ୍କ ଉପରେ ନଛାଡି ନିଜର ପରିବେଶ ପାଇଁ ଦାୟିତ୍ବ ସମ୍ପନ୍ନ ହେବା ଜରୁରି ଅଟେ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)