ବେଲପଡାରେ ନୃସିଂହ ଚତୁର୍ଦଶୀ ।

0 236

କୋଦଳା,୧୧/୦୫(ପିପିଟି):କୋଦଳା ଏନ୍ଏସି ୱାର୍ଡ ନଂ ୮ ଇନାମ ବେଲପଡା ଠାରେ ନୃସିଂହ ଚତୁର୍ଦଶୀ ଧୁମ ଧାମରେ ପାଳିତ ହୋଇଯାଇଛି । ସକାଳୁ ମହାପ୍ରଭୁଙ୍କ ସମସ୍ତ ପୂଜା କାର୍ଯ୍ୟକ୍ରମ ଶେଷ କରି ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ଦିନସାରା ଅଷ୍ଟ ପ୍ରହର ନାମ କୀର୍ତ୍ତନ ଚାଲୁ ରହିଥିଲା । କୋଦଳା ଅଞ୍ଚଳର ମହିଳା ସଂକୀର୍ତ୍ତନ ଦଳ ସହିତ ଗ୍ରାମର ଉତ୍ସାହି ଯୁବକ ମାନଙ୍କ ଦ୍ୱାରା ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ପ୍ରବଳ ଗୁଳୁଗୁଳି ସତ୍ୱେ ଦିନସାରା ହଜାର ହଜାର ଭକ୍ତ ଧାଡିବାନ୍ଧି ଶୃଙ୍ଖଳା ର ସହିତ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ବିଳମ୍ବିତ ରାତ୍ରରେ ନୃସିଂହ ମହାପ୍ରଭୁ ଗ୍ରାମପରିକ୍ରମା କରିଥିବା ବେଳେ ଗ୍ରାମରେ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଭକ୍ତଙ୍କ ପାଇଁ ପ୍ରସାଦ ପୁଡିଆର ବ୍ୟବସ୍ଥା ହୋଇଥିବା ବେଳେ ଗ୍ରାମବାସୀ ଓ କୋଦଳା ପୋଲିସ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ ।ସୋମବାର ପୌରାଣିକ କଥାବସ୍ତୁ ଉପରେ ଆଧାରିତ ପ୍ରହଲ୍ଲାଦ ନାଟକ ମଞ୍ଚସ୍ଥ ହେବାକୁ ଥିବାବେଳେ ଅନ୍ନ ପ୍ରସାଦର ବନ୍ଦୋବସ୍ତ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.