ବେଲଗୁଣ୍ଠା, ୧୫/୦୪(ପିପିଟି) : ମନ୍ଦିର ମାଳିନୀ,କଳା ସଂସ୍କୃତି ପରୀପୁନଃ ଓ ପିତ୍ତଳ ମାଛର ସହର ବେଲଗୁଣ୍ଠା ତଥା ଏହି ସହରର ହନୁମାନ ମନ୍ଦିରରେ ଓଡ଼ିଆ ନବବର୍ଷ ତଥା ମହାବିଷୁବ ପଣା ସଂକ୍ରାନ୍ତି ଉଛବଟି ମହାସମାରୋହରେ ପାଳିତହୋଇଯାଇଛି ସୋମବାର ଦିନ ପବିତ୍ର ହନୁମାନ ଜୟନ୍ତୀ ଥିବାରୁ ମନ୍ଦିରର ପୂଜକ ସତ୍ୟନାରାୟଣ ପାଣିଗ୍ରାହୀ ରୀତିନୀତି ଅନୁଯାଇ ଅବକାଶ, ସିନ୍ଦୁର ମାର୍ଜନା ବାଳଭୋଗ ପରେ ୧୦୮ ହନୁମାନ ଚାଳିଶା ପାଠ ଓ ଦେବାଦେବୀଙ୍କ ଆହ୍ୱାନ ହୋମଯଜ୍ଞ, କାଯ୍ୟକ୍ରମ ରିତି ନୀତି, ଵିଧି ବିଧାନରେ ଅନୁସାରେ ଆରମ୍ଭ ହୋଇଥିଲା ଏହି ଉଛବରେ ପୁରେହିତ ମୃତୁଞ୍ଜୟ ପତି,ରାମକୃଷ୍ଣ ପତି,ଉପେନ୍ଦ୍ର ପତି,ପ୍ରଭାତ ପତି ,ଲିଟୁ ପତି ଙ୍କ ପୂଜା ପାଠ ମନ୍ତ୍ରରେ ଆଧ୍ଯାମ୍ଭିକ ପରିବେଶ ସୃଷ୍ଟି ହୋଇଥିଲା ମନ୍ଦିର ପ୍ରାଙ୍ଗଣରେ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହେଉଥିଲା ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପଣା,ପାଣି ବ୍ୟବସ୍ଥା ହୋଇଥିଲା ଏଥିରେ ସହର ତଥା ଆଖପାଖ ଅଂଚଳର ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇଥିଲେ ।ଅପରାହ୍ନ ୩:୩୦ ପୂର୍ଣାହୂତି ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ହୋଇଥିଲା ଦୀର୍ଘ ଚାରିଦିନ ଧରି ମନ୍ଦିର ପରିସରରେ ପ୍ରବଚକ ବାବାଜୀ ରାମ୍ ନିରଞ୍ଜନ ଦାସ ପୁରୀ ମଠରୁ ଆସି ସନ୍ଧ୍ୟା ୭ ଘଟିକା ସମୟରେ ପ୍ରବଚନ ଦେଉଥିଲେ ଆଜି ପ୍ରବଚନ ଦେବାର ଅନ୍ତିମ ଦିନ ପୂର ପଲ୍ଲୀ ଠାରୁ ସହର ପର୍ଯ୍ୟନ୍ତ ଉତ୍ସବ ମୁଖର । ଏହି ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି ଦିବସରେ ବେଲଗୁଣ୍ଠା ବ୍ଲକର ଚାରିଆଡେ ରାମ ମନ୍ଦିର ଓ ହନୁମାନ ମନ୍ଦିର ଗୁଡିକରେ ଆଲୋକି କରଣ ଓ ଫୁଲ ମାଳରେ ସାଜ ସଜାଇ ହେଇଛନ୍ତି। ସନ୍ଧ୍ୟା ସମୟ ମନ୍ଦିରଗୁଡ଼ିକରେ ଭକ୍ତ ମାନଙ୍କ ଭିଡ଼ ଜମେଇ ଥିବାର ଦେଖିବାକୁ ମିଳିଛି।
ରିପୋର୍ଟ- ସୁଶାନ୍ତ କୁମାର ବେହେରା