ବେଲଗୁଣ୍ଠା ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରରେ ନନ୍ଦୋତ୍ସବ ପାଳିତ ।

0 225

ବେଲଗୁଣ୍ଠା, ୧୬/୦୮(ପିପିଟି): ବେଲଗୁଣ୍ଠା ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ନନ୍ଦୋତ୍ସବ ପାଳିତ ହୋଇଯାଇଛି I ଏହି ଉତ୍ସବରେ ଅତିଥି ରୂପେ ଅବସର ପ୍ରାପ୍ତ ଶିକ୍ଷକ ସୁରେଶ ଚନ୍ଦ୍ର ମହାପାତ୍ର,ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ଓମ୍ ପ୍ରକାଶ ସାହୁ,ଅନୁଷ୍ଠାନ ସମ୍ପାଦକ ସୁଶାନ୍ତ କୁମାର ବେହେରା ଉପସ୍ଥିତ ରହି ଉପସ୍ଥିତ ଶିଶୁ ଭାଇ ଭଉଣୀମାନେ ଯେପରି ଭଗବାନ ଶ୍ରୀକୃଷ୍ଣଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଜୀବନ ଶୈଳୀ ଉନ୍ନତ ମାନର କରିବେ ସେନେଇ ମାର୍ଗ ଦର୍ଶନ କରାଇଥିଲେ I ଏହି ଅବସରରେ ଅନୁଷ୍ଠାନର ବହୁ ଛାତ୍ରଛାତ୍ରୀ ରାଧା କୃଷ୍ଣ ବେଶ ପରିଧାନ କରି ବୌଦ୍ଧିକ ମଣ୍ଡପରେ ଏକତ୍ରିତ ହୋଇଥିଲେ । ସମସ୍ତ ବେଶ ଧାରୀ ସହରର ମନ୍ଦିର ଗୁଡ଼ିକୁ ଦର୍ଶନ ପାଇଁ ଯିବା ସମୟରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ସମସ୍ତ ବେଶଧାରୀଙ୍କୁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା । ଅନୁଷ୍ଠାନର ସହ ପ୍ରଧାନ ଆଚାର୍ଯ୍ୟା ଶୁଭଶ୍ରୀ ଗୁରୁମା ସ୍ବାଗତ ଭାଷଣ ଦେଇଥିବା ବେଳେ ସଂଧ୍ୟା , ଶୁଭମ୍, ରଶ୍ମିତା, ସସ୍ମିତା ,ସିମରନ୍,ମାଧୁରୀ, ଟୁନୀ ,ମହାଲକ୍ଷ୍ମୀ, ସୁଲତା, ପ୍ରଭାତୀ, ବିଶ୍ମିତା ଗୁରୁମା ଏବଂ ସୁକାନ୍ତ,ଶିବରାମ, ସତ୍ୟ, ବସନ୍ତ, କୁମାରେଶ୍ୱର୍ ଗୁରୁଜୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ କାଶୀନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.