ବେଲଗୁଣ୍ଠା ରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ।

0 266

ବେଲଗୁଣ୍ଠା,୨୬/୦୯(ପିପିଟି) : ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବିଜ୍ଞାପିତ ଅଞ୍ଚଳ ପରିଷଦ ବେଲଗୁଣ୍ଠା ଆନୁକୂଲ୍ୟରେ ସ୍ୱଛତା ହିଁ ସେବା 2024 ଉପଲକ୍ଷେ ବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଶତାଧିକ ଛାତ୍ରଛାତ୍ରୀ ପରିଷଦର ସମ୍ପଦ କେନ୍ଦ୍ର ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟର, ମେଟେରିଆଲ ରିକଭରି ଫାସିଲିଟି ଓ ମଳ ଉପଚାର କେନ୍ଦ୍ର ପରିଦର୍ଶନ କରି ଏକ ସଭା କାର୍ଯ୍ୟକ୍ରମ ରେ ପାରସ୍ପରିକ ଆଲୋଚନା କରିଥିଲେ | ଏତଦବ୍ୟତୀତ ସ୍ଥାନୀୟ ଟାଉନହଲ ଠାରେ ସ୍ୱଛତା ସମ୍ବନ୍ଧୀୟ ଚିତ୍ରାଙ୍କନ, ବତ୍କୃତ ଓ କୁଇଜ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ପରିଷଦର ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ଭର ମହାପାତ୍ର ଙ୍କ ନେତୃତ୍ୱରେ ନଗର ମିଶନ ପରିଚାଳକ ପ୍ରଫୁଲ୍ଲ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପରିମଳ ବିଶେଷଜ୍ଞ ଜି ପ୍ରବୀଣ କୁମାର, ବାବୁଲା ଗୌଡ଼, ଅଖିଳ ସାହୁ, ସୁନୀଲ ପ୍ରଧାନ, ଶିବରାମ ଚୌଧୁରୀ ବିଦ୍ୟାଳୟ ତରଫରୁ ଶିକ୍ଷକ ସୁମନ୍ତ ସେଠି, କାଶୀନାଥ ସାହୁ ଓ ଶିବ ଗୁରୁଜୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.