ବେଲଗୁଣ୍ଠା ରେ ରୋଟାରୀ କ୍ଳବ୍ ର ସଡ଼କ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ।

0 128

ବେଲଗୁଣ୍ଠା,୦୮/୦୧(ପିପିଟି):ଆଜି ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ଭବନ ଠାରେ ରୋଟାରୀ କ୍ଲବ ଭଞ୍ଜନଗର ସଭାପତି ରୋଟାରିଆନ ବସନ୍ତ କୁମାର ପାତ୍ର ଙ୍କ ଅଧ୍ୟକ୍ଷତା ରେ ସଡ଼କ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା।ଏଥିରେ
ଭଞ୍ଜନଗର ଆଞ୍ଚଳିକ ପରିବହନ ବିଭାଗ ର ମୁଖ୍ୟ ଏମ ଭି ଆଇ ଶର୍ମିଲା ମହାରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବେପରୁଆ ଗାଡ଼ି ଚାଳନା ଓ ମାଦକ ଦ୍ରବ୍ୟ ଖାଇ ଗାଡ଼ି ଚଳାଇବା ଦ୍ଵାରା ଉପୁଜୁଥିବା ସମସ୍ୟା ଉପରେ ଆଲୋକପାତ କରାଇ ସମସ୍ୟା ଗୁଡିକ ର ନିରାକରଣ କିପରି କରାଯିବ ବୁଝାଇଥିଲେ। ଟ୍ରାଫିକ ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ମୁର୍ମୁ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ କମ୍ ବୟସ ପିଲାଙ୍କୁ ଗାଡ଼ି ଚଳାଇବାକୁ ବାରଣ କରିଥିଲେ। ଅନୁଷ୍ଠାନ ର ପରିଚାଳକ ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ବକ୍ତା ଭାବେ ସଡ଼କ ସୁରକ୍ଷା ସଚେତନତା ଉପରେ ମତ ବ୍ୟକ୍ତ କରିଥିଲେ । ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ ପଦଯାତ୍ରା କରଯାଇଥିଲା । ତତ୍ ସଙ୍ଗେସଙ୍ଗେ ସଡ଼କ ସୁରକ୍ଷା ଜୀବନ ରକ୍ଷା ସ୍ଲୋଗାନ ଦେଇ ନଗର ପରିକ୍ରମା କରିଥିଲେ ଏହି କାର୍ଯ୍ୟକ୍ରମ ରେ ସମସ୍ତ ରୋଟାରିଆନ ଯଥା ରଞ୍ଜିତ ବାରିକ,ଗୌରୀ ଶଙ୍କର ମିଶ୍ର,ଦିବ୍ୟ ରଞ୍ଜନ ଦାସ,ସନତ କୁମାର ସୁବୁଦ୍ଧି, ଶ୍ରୀନିବାସ ସୁବୁଦ୍ଧି, ପବିତ୍ର ମୋହନ ପ୍ରଧାନ ଦେବୀ ପ୍ରସାଦ ପାତ୍ର, ସୁଶାନ୍ତ କୁମାର ବେହେରା,ସନ୍ତୋଷ କୁମାର ଜେନା ଉପସ୍ଥିତ ଥିବା ବେଳେ ସୁଧିର କୁମାର ପାଣିଗ୍ରାହି ମଞ୍ଚ ସଂଯୋଜନା କରିଥିଲେ ପରି ଶେଷ ରେ ଯୁଗ୍ମ ସମ୍ପାଦକ ରାମ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.