ବେଲଗୁଣ୍ଠା ଏନ୍.ଏ.ସିରେ ମୋ ୱାର୍ଡ କାର୍ଯ୍ୟକ୍ରମ,ଭତ୍ତା ବଣ୍ଟନ ।

0 477

ବେଲଗୁଣ୍ଠା,୨୩/୧୨(ପିପିଟି);ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦରେ ମୋ ୱାର୍ଡ ଓ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ନୀର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ରଙ୍କ ସଂଯୋଜନାରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗଦେଇଥିଲେ । ବିଭିନ୍ନ ୱାର୍ଡର ମହିଳା ଓ ବରିଷ୍ଠ ବ୍ୟକ୍ତିଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା । ତତ୍ ସଙ୍ଗେ ସଙ୍ଗେ ନୁତନ କରି ହୋଇଥିବା ମାଇକ୍ରୋ କମ୍ପୋଷ୍ଟ ସେଣ୍ଟରରେ ତିଆରି ଖତକୁ ଲୋକାର୍ପଣ କରିଥିଲେ । ଏସ୍.ଏଚ୍.ଜି କୁ ବ୍ୟାଙ୍କ ଖାତା ବଣ୍ଟନ କରାଯିବା ସହ ବିଧାୟକ ଜଗନ୍ନାଥ ପ୍ରସାଦ ରାସ୍ତା ଠାରେ ପ୍ରସ୍ତାବିତ ସ୍ମାର୍ଟ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଆଗାମୀ ଦିନରେ ବେଲଗୁଣ୍ଠା ସହରରେ ବିଭିନ୍ନ ପ୍ରକାର ଲୋକାଭିମୁଖୀ ତଥା ବିକାଶମୂଳକ କାର୍ଯ୍ୟ ହାତକୁ ନିଆଯିବ ବୋଲି ନିର୍ବାହୀ ଅଧିକାରୀ ରାକେଶ ପାତ୍ର ଜଣାଇଥିଲେ । ଶେଷରେ ନୀର୍ବାହୀ ଅଧିକାରୀ ଶ୍ରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ପୁର୍ବତନ ନଗରପାଳ ରବୀନ୍ଦ୍ରନାଥ ମହାପାତ୍ର, ଚନ୍ଦ୍ରମଣି ସାମଲ,ପୁର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ, ଡାଃ ଭି.ଦେବୀପ୍ରସାଦ ପାତ୍ର,ପ୍ରଫୁଲ୍ଲ ପଣ୍ଡା,ଯୁବ ସଂଗଠକ ଦିବ୍ୟରଞ୍ଜନ ଦାସ, ଶିବ ମହାପାତ୍ର, ଦିଲ୍ଲୀ ଆଚାରୀ, ଆଲୋକ ସାହାଣୀ, ସନ୍ତୋଷ ସୁବୁଦ୍ଧି ଉପସ୍ଥିତ ଥିବା ବେଳେ ପରିଷଦର କର୍ମଚାରୀ କନିଷ୍ଠ ଯନ୍ତ୍ରୀ ବିଶ୍ୱରଞ୍ଜନ ଜେନା, ସୁଶାନ୍ତ ମିଶ୍ର, ଜି.ପ୍ରବୀଣ କୁମାର,ଗୟାଚାନ୍ଦ ସାହୁ,ସନ୍ତୋଷ ପଣ୍ଡା, ବାବୁଲା ଗୌଡ ପ୍ରମୁଖ ସହଯୋଗ କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.