ବେଲଗୁଣ୍ଠା ଏନ୍ଏସିରେ ନୂତନ କାର୍ଯ୍ୟ ନିର୍ବାହି ଅଧିକାରୀଙ୍କ ଯୋଗଦାନ।

0 217

ବେଲଗୁଣ୍ଠା, ୧୭/୧୦(ପିପିଟି):ଆଜି ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବିଭୂତି ଭୂଷଣ ବେହେରା ( ଓ ଆର୍ ଏସ୍ ) ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ବେହେରା ଦାୟିତ୍ୱ ଗ୍ରହଣ କରିବା ପରେ ବେଲଗୁଣ୍ଠା ନଗରପାଳ ଫିରୋଜ୍ କୁମାର ସେଠୀ, ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କର୍ମଚାରୀ ଏବଂ ସମସ୍ତ କାଉନସିଲର୍ ନୂତନ କାର୍ଯ୍ୟ ନୀର୍ବାହୀ ଅଧିକାରୀ ଶ୍ରୀ ବେହେରାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଶ୍ରୀ ବେହେରା ବର୍ତ୍ତମାନ ବୁଗୁଡ଼ା କାର୍ଯ୍ୟ ନୀର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିବା ବେଳେ ବେଲଗୁଣ୍ଠା କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରକାଶ ଥାଉକି ବେଲଗୁଣ୍ଠାରେ ପୂର୍ବତନ କାର୍ଯ୍ୟନିର୍ବାହି ଅଧିକାରୀ ବନମାଳୀ ଶତପଥି ଲାଞ୍ଚ ନେବାବେଳେ ଭିଜିଲାନ୍ସ୍ ଜାଲରେ ପଡିବା ପରେ ବେଲଗୁଣ୍ଠା କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀ ଖାଲି ପଡ଼ିଥିଲା ।

ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.