ବେଲଗୁଣ୍ଠାରେ ଶ୍ରୀରାମ ନବମୀ ପାଳିତ ।

0 0

ବେଲଗୁଣ୍ଠା, ୨୮/୦୩(ପିପିଟି):ବେଲଗୁଣ୍ଠାରେ ପ୍ରଖଣ୍ଡ ବଜରଙ୍ଗ ଦଳ ଏବଂ ଘୁମୁସର ପ୍ରଖଣ୍ଡ ବିଶ୍ୱ ହିନ୍ଦୁ ପରିଷଦ ଶ୍ରୀରାମ ନବମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବଜରଙ୍ଗ ଦଳ ଏବଂ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ସହରରେ ଏକ ହିନ୍ଦୁ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଉଭୟ ସଂଗଠନର ଶତାଧିକ ଯୁବକ ବ୍ଳକ୍ ପରିସର ପଡ଼ିଆରୁ ବାହାରି ବ୍ଳକ୍ ଛକ, ମୁଖ୍ୟ ସଡକ, ବାଙ୍କ ବଜାର, କୋଳିସାହି, ହାଟପଦା,ଗୋପୀନାଥ ସାହି,ବଡ଼ଦାଣ୍ଡ ସାହି ଆଦି ପରିକ୍ରମା କରିବା ସହିତ ଲକ୍ଷ୍ମୀ ନୃସିଂହ ମନ୍ଦିରରେ ପହଞ୍ଚି ରଘୁନାଥ ମନ୍ଦିରରେ ରୀତିନୀତି ମୁତାବକ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପୂଜାର୍ଚ୍ଚନା କରିଥିଲେ । ଶୋଭାଯାତ୍ରା ସମୟରେ ଯୁବକ ମାନଙ୍କ ଜୟ ଶ୍ରୀରାମ ଧ୍ୱନିରେ ସହର ପ୍ରକମ୍ପିତ ହେବା ସହ ସହରରେ ଏକ ରାମମୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । କାର୍ଯ୍ୟକ୍ରମରେ ବରିଷ୍ଠ ନେତା ବଟକୃଷ୍ଣ ପଣ୍ଡା, ପ୍ରଶାନ୍ତ କୁମାର ପଣ୍ଡା ଓରଫ ସ୍ୱାମୀ ଭୁବନେଶାନନ୍ଦ ସରସ୍ଵତୀ ଓ କାଉନସିଲାର ଦିବ୍ୟରଞ୍ଜନ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସନାତନ ଧର୍ମର ଉଦ୍ୟୋକ୍ତା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରତ୍ୟେକ ହିନ୍ଦୁ ଦେଶ ମାତୃକାର ସେବା କରିବା ଉଚିତ୍ ବୋଲି ଆଲୋଚନା କରିଥିଲେ । ଦୁର୍ଗା ମାଧବ ଶତପଥୀ,ମଣ୍ଟୁ ମହାପାତ୍ର,ସଦାଶିବ ପାଣିଗ୍ରାହୀ,ରୋଶନ ସାହୁ ଏବଂ ବାଳକୃଷ୍ଣ ଆଚାରୀଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମର ପରିଚାଳନାରେ ସଂଗଠନ କର୍ମକର୍ତ୍ତା ଟୁକୁନା ପାତ୍ର,ସୁମନ୍ତ ତ୍ରିପାଠୀ,ହାପି ପତି,ସୁନୀଲ କୁମାର ମହାନ୍ତ,ବାଦଲ କୁମାର ସାହୁ, ଘୁମୁସର ବଜରଙ୍ଗ ଦଳ ସଂଯୋଜକ ଅଜୟ ମହାପାତ୍ର, କଛୁଳି ମଠ ବାବା ସତ୍ୟାନନ୍ଦଜୀ ମହାରାଜ,ଉପଦେଷ୍ଟା ରଜନୀକାନ୍ତ ମହାପାତ୍ର,ଦୁତୀକୃଷ୍ଣ ମହାପାତ୍ର, ସମାଜ ସେବୀ ପଦୀପ କୁମାର ପାତ୍ର, ଭକ୍ତବନ୍ଧୁ ପାତ୍ର,ସୁମନ୍ତ ପ୍ରଧାନ,ଗଗନ ପ୍ରଧାନ,ନୀଳାଚଳ ମାଝୀଙ୍କ ସମେତ ପ୍ରେସ କ୍ଳବ ସଦସ୍ୟ ଓ ପୋଲିସ ବାହିନୀ ପ୍ରମୁଖ ସହଯୋଗ କରିଥିଲେ ।

ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.