ବେଲଗୁଣ୍ଠାରେ ନିପୁଣ ଓଡ଼ିଶା ମିଶନ୍ ଉନ୍ମୋଚିତ ।

0 227

ବେଲଗୁଣ୍ଠା,୨୭/୦୯(ପିପିଟି) : ଛାତ୍ରଛାତ୍ରୀଙ୍କ ଭାଷା ଏବଂ ଗଣିତରେ ମୌଳିକ ଦକ୍ଷତା ହାସଲ ନିମନ୍ତେ ସମଗ୍ର ଦେଶରେ ବିଦ୍ୟାଳୟ ମାନଙ୍କରେ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ ଜାରି ରହିଛି I ଏହି କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ସହିତ ଲକ୍ଷ୍ୟ ହାସଲ ନିମନ୍ତେ ଆଜି ବେଲଗୁଣ୍ଠା ବ୍ଳକ୍ ରେ ନିପୁଣ ଓଡ଼ିଶା-2024 ର ଶୁଭ ଉନ୍ମୋଚନ ହୋଇଯାଇଛି I ବେଲଗୁଣ୍ଠା ସ୍ଥିତ ସରକାରୀ ନୋଡ଼ାଲ୍ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା ଉଦ୍ଘାଟନ କରିଥିବା ବେଳେ କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢୀ, ପ୍ରତିଭା ରଥ, ଭାଗ୍ୟଲତା ପ୍ରଧାନ,ନୋଡ଼ାଲ୍ ଜିଟି ହାଇସ୍କୁଲ୍ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ମହାରଣା ,କିରାଣି ଶରତଚନ୍ଦ୍ର ରଥ ପ୍ରମୁଖ ଅତିଥି ରୂପେ ମଞ୍ଚାସୀନ ଥିଲେ I ସମ୍ବଳ ପ୍ରଶିକ୍ଷକ ତଥା ସିଆରସିସି ରମେଶ୍ କୁମାର ପାଣିଗ୍ରାହୀ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମର ଲକ୍ଷ୍ୟ ଏବଂ କାର୍ଯ୍ୟକାରିତା ଉପରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ I ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଆରଟି ଚନ୍ଦ୍ରକାନ୍ତି ସୁନ୍ଦରା, ସିଆରସିସି ସୁକାନ୍ତ କୁମାର ନାୟକ, ରଞ୍ଜିତ୍ କୁମାର ସାହୁ, ସୁଧୀର କାନ୍ତ ତ୍ରିପାଠି,ହରେକୃଷ୍ଣ ଶତପଥି, କାଳୁ ଚରଣ ଗୌଡ଼ ଏବଂ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳତା ବିଷୟରେ ଆଲୋଚନା କରିଥିଲେ I

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.