ବେଲଗୁଣ୍ଠାରେ କାଉ ମଡକ , ୨୦ ଦିନରେ ମଲେଣି ୫୦ରୁ ଉର୍ଦ୍ଧ କାଉ , ବାର୍ଡ୍ ଫ୍ଲୁ ଆଶଙ୍କା ।

0 228

ବେଲଗୁଣ୍ଠା, ୧୩/୧୦(ପିପିଟି ):ବେଲଗୁଣ୍ଠାର ବିଭିନ୍ନ ସାହିରେ ଗତ କିଛି ଦିନ ହେବ କାଉ ମରିକି ପଡୁଥିବାର ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ବସିଥିବା କାଉ ହଠାତ୍ ତଳେ ପଡ଼ି ଛଟପଟ ହୋଇ ମୃତ୍ୟୁ ବରଣ କରୁଛନ୍ତି । ଗତ କୋଡିଏ ଦିନ ହେବ ଦୈନିକ ପ୍ରାୟ ଚାରି ପାଞ୍ଚୋଟି କାଉ ବିଭିନ୍ନ ସାହିରେ ମରି ପଡୁଥିବାର ଦେଖିବାକୁ ମିଳୁଛି । ଏହାକୁ ଅନୁଧ୍ୟାନ କଲେ କୋଡିଏ ଦିନରେ ପ୍ରାୟ ୬୦ ରୁ ଉର୍ଦ୍ଧ୍ଵ କାଉ ମରିଥିବା ଅନୁମାନ କରାଯାଉଛି । ଏନେଇ ବେଲଗୁଣ୍ଠା ପ୍ରାଣୀ ଚିକିତ୍ସକ ଡ଼ାକ୍ତର କାର୍ତ୍ତିକେଶ୍ୱର ସାହୁଙ୍କୁ ପଚାରିବାରୁ ସେ ବାର୍ଡ୍ ଫ୍ଲୁ ଆଶଙ୍କାକୁ ଖଣ୍ଡନ କରିଛନ୍ତି । କେଉଁ କାରଣରୁ କାଉର ମୃତ୍ୟୁ ହେଉଛି ଏହାର ଉଚ୍ଚ ସ୍ତରୀୟ ତଦନ୍ତ କଲେ ଜଣା ପଡିବ । କାଉ ମଡକକୁ ନେଇ ପଶୁ ପ୍ରେମୀମାନେ ଚିନ୍ତିତ ହେବା ସହିତ ପ୍ରଶାସନ ତରଫରୁ କାଉ ମଡକକୁ ରୋକିବା ଦିଗରେ ପଦକ୍ଷେପ ନ ନିଆଗଲେ ଆଗାମୀ ଦିନରେ କାଉ ବଂଶ ସମ୍ପୂର୍ଣ୍ଣ ଲୋପ ପାଇଯିବ ବୋଲି ଆଶଙ୍କା କରିଛନ୍ତି ହାଟପଦା, ଫାଣ୍ଡିଛକ, ବ୍ଲକ ଛକ, ଜଗନ୍ନଥ ପାଟଣା ସାହି, ପେଣ୍ଠ ସାହି, ମେଦିରିସାହି ଛକ, ନେଳିଆବନ୍ଧ ହୁଡ଼ା ସହ ଆଜି ବାଙ୍କ ବଜାରରେ କାଉ ମରି ପଡିଥିବାର ଦେଖିବାକୁ ମିଳିଛି । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କେଉଁ କାରଣରୁ କାଉ ମଡକ ହେଉଛି ତାହାର ତଦନ୍ତ ପାଇଁ ପଶୁ ପ୍ରେମୀ ମାନେ ଦାବି କରିଛନ୍ତି ।

ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.