ବେଲଗୁଣ୍ଠାରେ ଆମ ପୋଲିସ୍ ସମିତି ବୈଠକ ; ଶୃଙ୍ଖଳିତ ଦଣ୍ଡଯାତ୍ରା ପରିବେଷଣ ନେଇ ଆଲୋଚନା ; ବିଶୃଙ୍ଖଳାକାରୀ ଦର୍ଶକଙ୍କ ଉପରେ ରହିବ ପୋଲିସ ର କଡ଼ା ନଜର ।

0 208

ବେଲଗୁଣ୍ଠା,୨୪/୦୩(ପିପିଟି):ପାଖେଇ ଆସୁଛି ଗଂଜାମ ପ୍ରସିଦ୍ଧ ଦଣ୍ଡଯାତ୍ରା I ଏନେଇ ଗାଆଁ ଠାରୁ ସହର ପର୍ଯ୍ୟନ୍ତ ଦଣ୍ଡ ମାନସିକଧାରୀ , ଦଣ୍ଡ ଯାତ୍ରା କଳାକାର,ଯାତ୍ରା ପ୍ରେମୀ, ଦାଣ୍ଡ କମିଟି ତତ୍ପର ହୋଇ ଉଠିଲେଣି I ତେବେ ଦଣ୍ଡ ଯାତ୍ରା ସମୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ରେ ନିୟନ୍ତ୍ରଣ ପାଇଁ ଆଜି ବେଲଗୁଣ୍ଠା ପୋଲିସ୍ ତରଫରୁ ଆମ ପୋଲିସ୍ ସମିତି ବୈଠକ ଆୟୋଜନ କରାଯାଇ ଏଥିରେ ଶୃଙ୍ଖଳିତ ଦଣ୍ଡଯାତ୍ରା ପରିବେଷଣ ଉପରେ ଆଲୋଚନା କରାଯାଇଛି I ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ଆବାହନ କ୍ରମେ ଏହି ବୈଠକରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ଊପସ୍ଥିତ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବେଲଗୁଣ୍ଠା ଥାନା ଏସ୍ଆଇ ଅଭୟ କୁମାର ପ୍ରଧାନ,ବିଶ୍ୱ ରଞ୍ଜନ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ I ଏହି ଆଲୋଚନାରେ ନାଟକ ପ୍ରଦର୍ଶନ ସମୟରେ ଅଶ୍ଳୀଳ ନୃତ୍ୟ ପରିବେଷଣକୁ ବନ୍ଦ କରିବା ପାଇଁ ଦଣ୍ଡ ଯାତ୍ରା କମିଟିମାନଙ୍କୁ ପରାମର୍ଶ ଦିଆଯାଇଥିଲା I ଉଭୟ ଦଣ୍ଡ କମିଟି ଏବଂ ମାନସିକ ଧାରୀ ତଥା ନାଚ କରୁ୍ଥିବା କମିଟି ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷାକରି ଯାତ୍ରା ପରିବେଷଣ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା I ଯାତ୍ରା ମଞ୍ଚ ନିକଟରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଦର୍ଶକଙ୍କ ଉପରେ ପୋଲିସ୍ ର ତିକ୍ଷ୍ନ ନଜ଼ର ରହିବ ଏବଂ ବିଶୃଙ୍ଖଳାକାରୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ ପ୍ରକାଶ କରିଥିଲେ I ଦଣ୍ଡଯାତ୍ରା ସମୟରେ କମିଟିମାନେ ଶୃଙ୍ଖଳା ଉପରେ ସମ୍ପୂର୍ଣ୍ଣ ଗୁରୁତ୍ବ ଦେବା ସହିତ ଆବଶ୍ଯକ ସ୍ଥଳେ ପୋଲିସ୍ ରା ସହାୟତା ନେଇପାରିବେ ବୋଲି ଏସ୍ଆଇ ଅଭୟ କୁମାର ପ୍ରଧାନ ପ୍ରକାଶ କରିଥିଲେ I ଆଜିର ବୈଠକରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ବେଲଗୁଣ୍ଠା ଦଣ୍ଡକାଳୀ ସଭାପତି ତଥା ବ୍ଳକ୍ ସଂଯୋଜକ ଭାସ୍କର ପାତ୍ର, ସମ୍ପାଦକ ସୁଶାନ୍ତ କୁମାର ବେହେରା,ବେଲଗୁଣ୍ଠା ଖଦାଳ ସାହି ଦଣ୍ଡ କାଳୀ ସଭାପତି ସିଏଚ୍ ଲିଙ୍ଗରାଜ ପାତ୍ରଙ୍କ ସମେତ କୋକଲୁଣ୍ଡା,ଆମ୍ବପୁଆ, ଜିଲିବା, ବାଣତୁମ୍ବ,ତନରଡା, ଘୁ.ନୁଆଁଗାଁର ଦଣ୍ଡ କମିଟିମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ I

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.