ବେରୁଆବାଡି ପଞ୍ଚାୟତ ରାମପଲ୍ଲୀ ଗ୍ରାମରେ ଗୁଳିକାଣ୍ଡ ।

0 268

ବେଗୁନିଆପଡା,୨୨/୦୫(ପିପିଟି) :ବୁଧବାର ବିଳମ୍ବିତ ରାତ୍ର ରେ ବେରୁଆବାଡି ପଞ୍ଚାୟତ ରାମପଲି ଗ୍ରାମରେ ଗୁଳିମାଡ଼ ହୋଇ ଜଣେ ୪୦ ବର୍ଷୀୟ ମହିଳା ଗୁରୁତର ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିଛିତ ହେଉଥିବା ଜଣାପଡିଛି । ସୂଚନା ପ୍ରକାରେ ବୁଧବାର ବିଳମ୍ବିତ ରାତ୍ର ରେ ସୁଶାନ୍ତ ରାଉତଙ୍କ ଘରକୁ ସେହି ଗ୍ରାମର ସମ୍ପର୍କୀୟ ଭଣଜା ସୁରେଶ ପ୍ରଧାନ ହଠାତ ପ୍ରବେଶ କରି ସୁଶାନ୍ତଙ୍କୁ ଲକ୍ଷ୍ୟ କରି ଗୁଳିମାରିବା ସମୟରେ ସୁଶାନ୍ତଙ୍କ ୪୦ ବର୍ଷୀୟ ସ୍ତ୍ରୀ ଭାବିନି ରାଉତ ସ୍ୱାମୀ ଆଗକୁ ଆସିଯିବାରୁ ଭାବିନିଙ୍କ ପେଟରେ ଗୁଳି ପଶି ପିଠି ପଟେ ବାହାରି ଯାଇଥିଲା ।ଗୁଳି ମାରି ସୁରେଶ ଚାଲିଯାଇଥିବା ବେଳେ ଗୁରୁତର ଭାବିନିଙ୍କୁ ପ୍ରଥମେ କୋଦଳା ମେଡିକାଲ ନେଇଥିଲେ କିନ୍ତୁ ଅବସ୍ଥା ଶଙ୍କଟାପନ ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଯାଇଥିଲା । ଖବର ପାଇ କୋଦଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡିଛି । ଗୁଳିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ଥିଲେ ସୁଦ୍ଧା ପୂର୍ବଶତ୍ରୁତା ଏବଂ ପାରିବାରିକ କଳହ ହିଁ ମୁଖ୍ୟ କାରଣ ବୋଲି ଶୁଣିବାକୁ ମିଳିଛି । ଖୁବଶୀଘ୍ର ଅପରାଧୀକୁ କାବୁ କରାଯିବ ବୋଲି କୋଦଳା ପୋଲିସ ପ୍ରକାଶ କରିଛନ୍ତି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.