ବେତକୁ କେବେ ମିଳିବ ବର୍ଦ୍ଧିତ ଭତ୍ତା।

0 207

ହରଭଙ୍ଗା,୧୧/୦୭:ସରକାର ସାମାଜିକ ସୁରକ୍ଷା ଯୋଜନାରେ ଅର୍ନ୍ତଭୁକ୍ତ ୮୦ବର୍ଷରୁ ଉର୍ଦ୍ଧ୍ୱ ବୃଦ୍ଧ,ବୃଦ୍ଧା ବିଧବା ହିତାଧିକାରୀଙ୍କ ସହିତ ୮୦ ପ୍ରତିଶ୍ରତରୁ ଉର୍ଦ୍ଧ୍ୱ ଭିନ୍ନକ୍ଷମଙ୍କ ପାଇଁ ଗତ ଜାନୁୟାରୀ ମାସରୁ ବର୍ଦ୍ଧିତ ଭତା ଲାଗୁକରିଛନ୍ତି । ମାତ୍ର ହରଭଙ୍ଗା ବ୍ଲକ ତିଲେଶ୍ୱର ପଞ୍ଚାୟତ ଅର୍ନ୍ତଗତ ଖଣ୍ଡହତା ଗ୍ରାମର ବେତ ଖୁରା ଭଳି ଜଣେ ୮୦ ପ୍ରତିଶ୍ରତ ଭିନ୍ନକ୍ଷମ ହିତାଧିକାରୀ ଏହି ବର୍ଦ୍ଧିତ ଭତ୍ତା ଯୋଜନାରୁ ବଞ୍ଚିତ ହେବା ଜଣାପଡିଛି । ବର୍ଦ୍ଧିତ ଭତ୍ତା ପାଇଁ ହିତାଧିକାରୀ ଜଣଙ୍କ ଗତ ମା୍‌ର୍ଚ୍ଚ ମାସରୁ ପଞ୍ଚାୟତ ପିଇଓଙ୍କୁ କାଗଜପତ୍ର ହସ୍ତାନ୍ତର କରିଥିଲେ ସୁଦ୍ଧା ତାଙ୍କୁ ଏଯାଏଁ ବର୍ଦ୍ଧିତ ଭତା ମିଳିପାରିନାହିଁ । ଯାହାଫଳରେ ସରକାରଙ୍କ ବର୍ଦ୍ଧିତ ଭତା ସୁବିଧାରୁ ସେ ଦୀର୍ଘ ମାସହେଲା ବଞ୍ଚିତ ହୋଇ ରହିଛନ୍ତି । ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି । ଏ ସର୍ମ୍ପକରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅବିନାଶ ପ୍ରଧାନଙ୍କୁ ପଚାରିବାରୁ ତାଙ୍କର କାଗଜପତ୍ର ଭୂବନେଶ୍ୱର ପଠାଯାଇଛି । ସେଠାରୁ ଅନୁମୋଦନ ପରେ ତାଙ୍କୁ ବର୍ଦ୍ଧିତ ଭାବେ ଭତା ମିଳିବ ବୋଲି କହିଛନ୍ତି ।

Leave A Reply

Your email address will not be published.