ସିମୁଳିଆ,୧୦/୦୪:ରାଜ୍ୟ ସରକାରଙ୍କ ବେଟି ବଞ୍ଚାଅ ବେଟି ପଢାଓ ଅଭିଯାନର କାର୍ଯ୍ୟକ୍ରମକୁ ମାର୍କୋଣା ରଘୁନାରାୟଣ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଶୋଭାଯାତ୍ରା ମାଧ୍ୟମରେ ସଚେତନତା କରାଉଥିବା ଦେଖିବାକୁ ମିଳିଛି । ସୂଚନାରୁ ପ୍ରକାଶ ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକର ରଘୁ ନାରାୟଣ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି ଶୋଭାଯାତ୍ରାରେ ବେଟିମାନେ ନିଜ ଅଧିକାର ପାଇଁ ସଚେତନ ହେବା ସହ ଶିକ୍ଷାରେ ଆଗକୁ ବଢ଼ନ୍ତୁ ବୋଲି ଏକ ଶକ୍ତିଶାଳୀ ବାର୍ତ୍ତା ଶୋଭାଯାତ୍ରା ମାଧ୍ୟମରେ ଦେଇଛନ୍ତି । ସ୍ଥାନୀୟ ବିଭିନ୍ନ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରି ବେଟିମାନଙ୍କର ଶିକ୍ଷା ଓ ସୁରକ୍ଷା ପ୍ରତି ଶ୍ରଦ୍ଧା ଓ ସମର୍ଥନ ପ୍ରଦର୍ଶନ କରିଥିଲେ। ଶୋଭାଯାତ୍ରାରେ ବିଭିନ୍ନ ସ୍ଲୋଗାନ୍ ସହିତ ମାର୍କୋଣା ବସ ଷ୍ଟାଣ୍ଡ ଓ ଷ୍ଟେସନ ବଜାର ପ୍ରରିକ୍ରମା କରିଥିଲ । ପରେ ଛାତ୍ରଛାତ୍ରୀ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।