ବେଗୁନିଆ ମିଡ଼ିଆ ହାଉସ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

0 325

ଖୋର୍ଦ୍ଧା ,୧୩/୦୭(ପିପିଟି): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ -ବୋଲଗଡ଼ ର ବେଗୁନିଆ ମିଡ଼ିଆ ହାଉସ ସଂଘ ତରଫରୁ ବିଭିନ୍ନ ଚ୍ୟାନେଲ ଗୁଡ଼ିକ ରେ କାର୍ଯ୍ୟରତ ସାମ୍ବାଦିକ ମାନେ ଏକତ୍ରିତ ହୋଇ ବାଘମାରିର ହଟକେଶ୍ୱର ମନ୍ଦିର ପରିସରରେ ଓୗସଧିୟ ଅଇଁଲା ଚାରା,ବାହାଡା,ଆମ୍ବ,ବର,ଅଶ୍ୱସ୍ତ ବୃକ୍ଷ ରୋପଣ କରିଥିଲେ। ତତସହିତ ସମାଜକୁ ମଧ୍ୟ ଏକ ବାର୍ତ୍ତା ପ୍ରେରଣ କରିଥିଲେ। ଯେ ସାମ୍ବାଦିକତା କେବଳ ଲୋକଙ୍କ ବିଷୟରେ ଖବର ପ୍ରସାରଣ କରିବା ସହିତ ନିଜେ ମଧ୍ୟ ସମାଜ ପାଇଁ ଆଦର୍ଶ ସାଜି ବୃକ୍ଷରୋପଣ କରିଥିଲେ। ରକ୍ତଦାନ କରିବାଭଳି ବୃକ୍ଷରୋପଣ ଏକ ମହାନକାର୍ଯ୍ୟ। ଏହି ବୃକ୍ଷ ରୋପଣ ପାଇଁ ବେଗୁନିଆ ମିଡ଼ିଆ ହାଉସ ତରଫରୁ ବିଭିନ୍ନ ପ୍ରକାରର ଓୗସଧୟ ଚାରା ରୋପଣ କରାଯାଇଛି।ବର୍ତ୍ତମାନ ସ୍ଥିତିରେ ସମଗ୍ର ପୃଥିବୀରେ ଉତ୍ତାପ ମୟ ହୋଇଛି। ଜନଜୀବନ ଉପରେ ତାର ପ୍ରଭାବ ପକାଉଛି। ଏବଂ ଦିନକୁ ଦିନ ବୃଦ୍ଧି ପାଉଥିବା ଜନସଂଖ୍ୟା ଅନୁସାରେ ସୁସ୍ଥ ବାୟୁ ମଧ୍ୟ ଦରକାର ପଡୁଛି। ତେଣୁକରି ସମସ୍ତେ ବନବିଭାଗର ଏହି ସୁବିଧା ଲାଭ ଉଠାଇ ନିଜର ବାଡି, ବଗିଚା, ଜମି, ପଡିଆରେ ବୃକ୍ଷରୋପଣ କରିବା ପାଇଁ ବେଗୁନିଆ ମିଡ଼ିଆ ହାଉସ ର ସାମ୍ବାଦିକ ସଂଘ ଲୋକମାନଙ୍କୁ ନିବେଦନ କରିଛନ୍ତି।ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଆଗ୍ରହ ବଢାଇବାପାଇଁ ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଦୀପ କୁମାର ସାହୁ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.