ବୋଲଗଡ଼,୨୨/୦୮(ପିପିଟି): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ମିନି ଷ୍ଟାଡିୟମ୍ ରେ ସାଧାରଣ ସଭାରେ ଯୋଗ ଦେଲେ ୫ଟି ସଚିବ। ପୁଷ୍ପ ଓ ହୁଳହୁଳିରେ ମିଶନଶକ୍ତି ମା ମାନେ ତାଙ୍କୁ ସ୍ୱାଗତ କରାଥିଲେ । ମହିଳା ମାନେ ସଚିବ ଙ୍କୁ ରାକ୍ଷୀ ପିନ୍ଧାଇ ତାଙ୍କର ମଙ୍ଗଳ ମନାସି ଥିଲେ।ସଚିବଙ୍କୁ ଦେଖିବାକୁ ବହୁ ଜନସମାଗମ ହୋଇଥିଲା। ୫ଟି ସଚିବ ତାଙ୍କ ବକ୍ତବ୍ୟ ରେ ପ୍ରଥମେ ମୁଖ୍ୟମନ୍ତ୍ରୀ ଆପଣଙ୍କ ସମସ୍ୟା ବୁଝିବାକୁ ପଠାଇଛନ୍ତି ବହୁତ ଦରଖାସ୍ତ ପାଇଛି। ଚାଷୀ ମାନଙ୍କ ଦରଖାସ୍ତକୁ ପ୍ରାଧାନ୍ୟ ଦିଆଯିବ ଜାଗା ମିଶନରେ ଜିଲ୍ଲାପାଳଙ୍କୁ ଅନୁରୋଧ କରି ଜମି ସମସ୍ୟା ଉପରେ ପଦକ୍ଷେପ ନେବେ ଜମି ପଟାପାଇବେ, ମନ୍ଦିର, ମସଜିଦ, ଚର୍ଚ୍ଚ,କମୁନିଟି ସେଣ୍ଟର ପାଇଁ ସାତ ଦିନ ମଧ୍ୟରେ ମୁଖ୍ୟ ମନ୍ତ୍ରୀଙ୍କ ଠାରୁ ଖୁସି ଖବର ପାଇବେ ଠିକ ଭାବେ ଟଙ୍କା ଖର୍ଚ୍ଚକରିବା ପାଇଁ ପରାମର୍ଶ ଦେଇଥିଲେ। ପିଇବା ପାଣି ସମସ୍ୟା, ବି ଏସ କେ ୱାଇ, ମିଶନ ଶକ୍ତି, ଚାଷୀ ବୀମା ,ପ୍ରିମିଅମ, ସ୍କୁଲ କଲେଜର ୫ଟି ରୂପାନ୍ତର ନେଇ ବୁଝାଇଲେ। ଜୋରଦାର କାମ କରନ୍ତୁ। ସମସ୍ତଙ୍କୁ ସଚେତନ କରିବାକୁ ଜିଲ୍ଲାପାଳ ଓ ସରକାରୀ ଅଧିକାରୀଙ୍କୁ କହିଲେ। ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାର ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜ ୫ଟି ରେ ସାମିଲ କଲେ ମୁଖ୍ୟମନ୍ତ୍ରୀ। ବୋଲଗଡ଼ ବେଗୁନିଆ ବାସି ଭଲ କାମ କରନ୍ତୁ ବୋଲି ସଚିବ କହିଲେ। ଇଏ ସମସ୍ତ ଟଙ୍କା ଓଡ଼ିଶା ବାସି ଙ୍କ ଟଙ୍କା ସମସ୍ତେ ସ୍ବଚ୍ଛତା ର ସହ ଖର୍ଚ୍ଚ କରନ୍ତୁ। ପିଇବା ପାଣି ସମସ୍ୟା ର ସମାଧାନ ପାଇଁ ଯନ୍ତ୍ରୀ ପହଞ୍ଚିବେ ଆପଣ ଙ୍କ ଘରେ। ସମସ୍ତ ଦରଖାସ୍ତ ର ଉତ୍ତର ମାସକ ଭିତରେ ପାଇବେ। ୪୩୦ ଦରଖାସ୍ତ ପାଇଛନ୍ତି ସଚିବ। ଖୋର୍ଦ୍ଧା ଜିଲ୍ଲାରେ ୪୦,୦୦୦ ହଜାର ଚାଷୀ କୃଷି ବିମାରେ ସାମିଲ ହୋଇଛନ୍ତି। ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାଷୀ ଙ୍କୁ ଋଣ ଚାଷୀ ଙ୍କୁ ଦିଆଯାଉଛି। ମିଶନ ଶକ୍ତି ମା ମାନଙ୍କ ଭଲ ଅଛନ୍ତି ପଚାରି ବୁଝି ଥିଲେ । ଓଡ଼ିଶା ଆଗୁଆ ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଚିନ୍ତା କଲାବେଳେ ମହିଳା ମାନଙ୍କ ସଶକ୍ତିକରଣ , ରୋଜଗାର ପାଇଁ ୨୦୦୧ ମସିହାରେ ମିଶନ ଶକ୍ତି ଆରମ୍ଭ ହୋଇଥିଲା। ଆଜି ୭୦ ଲକ୍ଷ ମହିଳା ସାମିଲ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ୧୬,୦୦୦ ମିଶନ ଶକ୍ତି। ମହିଳା ମିଶନ ଆହୁରି ଭଲ କାମ କରି ୫ ଲକ୍ଷ ସମ୍ପୂର୍ଣ ଋଣ ନେବାକୁ ସଚିବ ଏହି ସଭାରେ କହିଥିଲେ। ଅବ୍ୟବହୃତ ସରକାରୀ ଘର କୁ ମିଶନ ଶକ୍ତି କୁ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରତେକ ଯୋଜନାରେ ମିଶନ ଶକ୍ତି କୁ ସାମିଲ କରିଛନ୍ତି। ମହିଳା ମାନେ ରୋଜଗାର କଲେ ପରିବାର ଉନ୍ନତି ହେବ। ପରିବାର ଉନ୍ନତି ହେଲେ ରାଜ୍ୟ ଉନ୍ନତି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ବୋଲି ୫ଟି ସଚିବ କହିଥିଲେ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)