ବେଗୁନିଆପଡା ବ୍ଲକ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ ।

0 185

ବେଗୁନିଆପଡା,୨୬/୧୧(ପିପିଟି): ଗ୍ରାମାଅଞ୍ଚଳରେ ଥିବା ଛାତ୍ର ଛାତ୍ରୀ ମାନଙ୍କର ଶାରୀରିକ ଓ ମାନସିକ ବିକାଶ ସହିତ ଲୁକାୟିତ ପ୍ରତିଭାର ବିକାଶ ପାଇଁ ଖେଳର ଆବଶକ୍ୟତା ରହିଛି। ଏହାକୁ ଦୃଷ୍ଟି ରେ ରଖି ବ୍ଲକ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ ହେଉଛି ସେହି କ୍ରମରେ ମଙ୍ଗଳ ବାର ଦିନ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ସ୍ଥିତ ବାପୁଜୀ ଷ୍ଟାଡିଅମରେ ସାଂସଦ ଖେଳ ମହୋତ୍ସବକୁ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ଆସିକା ସାଂସଦ ପ୍ରତିନିଧି ଆଲୋକ କୁମାର ଶତପଥି ଭାରପ୍ରାପ୍ତ ବିଡ଼ିଓ ସସ୍ମିତା ଶତପଥୀ ଏବିଇଓ ଜ୍ୟୋତିର୍ମୟୀ ନନ୍ଦ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ସାହୁ ଡବ୍ଲୁ ଇ ଓ ସ୍ଵାଗତିକା ରାଉତ ଖେଳ ଶିକ୍ଷକ ସଙ୍ଘ ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ବିଧାୟକଙ୍କ ଦ୍ୱାରା ପତାକା ଉତୋଳନ କରାଯିବା ସହ ମଶାଲ ଯାତ୍ରା କରାଯାଇଥିଲା। ଶହେ ମିଟର, ୨୦୦ ମିଟର,୪୦୦ ମିଟର,୮୦୦ମିଟର, ଉଚ୍ଚା ଡିଆଁ, ଲମ୍ବା ଡିଆଁ ସଟ ଫୁଟ ଡ଼ିସକସ ଥ୍ରୋ ଆଦି ଖେଳ ଅନୁଷ୍ଠିତ ହୋଇଥିଲା। ଏଥିରେ ଜୁନିଅର ଓ ସିନିଅର ବିଭାଗରେ ବାଳକଓ ବାଳିକା ମାନେ ଅଂଶ ଗ୍ରହଣ କରିଥିଲେ। କୃତି ପ୍ରତିଯୋଗୀ ମାନେ ଜିଲ୍ଲା ସ୍ତରୀୟରେ ଅଂଶ ଗ୍ରହଣ କରିବେ। ଏହି ପ୍ରତିଯୋଗିତା ବିଭିନ୍ନ ଖେଳକୁ ନେଇ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସ୍ଥିର କରାଯାଇଛି। ଏହି ବ୍ଲକର ପ୍ରାୟ ୨୦ ଜଣ ଖେଳ ଶିକ୍ଷକ ପରିଚାଳନା କରିଥିଲେ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ )

Leave A Reply

Your email address will not be published.