ବେଗୁନିଆପଡା ବ୍ଲକ ରେ ସୁଭଦ୍ରା ଯୋଜନା ରଥର ଶୁଭାରମ୍ଭ କଲେ ବିଧାୟକ ।

0 297

କୋଦଳା,୦୭/୦୯(ପିପିଟି):ଓଡିଶା ସରକାରଙ୍କ ମହିଳା ସଶକ୍ତି କରଣ ଓ ସ୍ୱାବଲମ୍ବୀ ଯୁଗାନ୍ତ କାରି ଯୋଜନା ହେଉଛି ସୁଭଦ୍ରା ଯୋଜନା । ଏହି ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏକ ରଥ ପରିକ୍ରମା କରାଯାଉଛି । ପ୍ରତ୍ୟେକ ଗ୍ରାମ ବୁଲି ଲୋକଙ୍କୁ ସଚେତନ କରାଇବ । ସାଧାରଣ ଜନତା କିପରି ଆବେଦନ କରିବେ,କେଉଁ ମାନେ ଏହି ଯୋଜନାର ହିତାଧିକାରୀ ହୋଇପାରିବେ,ଆଦି ବିଷୟରେ ଲୋକଙ୍କୁ ସଚେତନ କରାଇବ। ଶନିବାର ସକାଳ ୧୦ ଘଣ୍ଟ ସମୟରେ ବେଗୁନିଆପଡା ବ୍ଲକ ପରିସରରେ ଏହି ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ । ଏହି ସମୟରେ ବେଗୁନିଆପଡା ବ୍ଲକ ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ,ବରିଷ୍ଠ ନେତା ସୀତାରାମ ପାଣିଗ୍ରାହୀ,ଚିତ୍ରସେନ ପରିଡା,ବିଜୟ କୁମାର ଦୋରା,ନାରାୟଣ ସୁମନ୍ତରାୟ ଆଲୋକ କୁମାର ଶତପଥୀ,ମିଶନ ଶକ୍ତି ମହିଳା ସଦସ୍ୟ,ବ୍ଲକ କର୍ମଚାରୀ, ଓ ଜନସାଧାରଣ ଉପସ୍ଥିତ ଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.