ବେଗୁନିଆପଡା ବ୍ଲକ ପରିସରରେ ପଞ୍ଚାୟତିରାଜ ଦିବସ ପାଳିତ।

0 271

କୋଦଳା,୨୪/୦୪(ପିପିଟି): ବେଗୁନିଆପଡା ବ୍ଲକ ପରିସରରେ ପଞ୍ଚାୟତରାଜ ଦିବସ ପାଳିତ ହୋଇଯାଇଛି। ବିଡ଼ିଓ ସସ୍ମିତା ଶତପଥିଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ଆଲୋକ କୁମାର ଶତପଥି, ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼ ଯୋଗ ଦେଇଥିବା ବେଳେ ବେଳେ ଜିପିଇଓ ଅଶୋକ କୁମାର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏହି ଦିବସ ୨୦୧୦ରେ ପ୍ରଥମ ଥର ପାଇଁ ପାଳନ ହୋଇଥିଲା। ଏହି ଅବସରରେ ବ୍ଲକରେ ଭଲ କାର୍ଯ୍ୟ କରିଥିବା ପଞ୍ଚାୟତ ଭାବେ କୁମ୍ଭାର ଗାଁ ବୁରୁଝରୀ ପଞ୍ଚାୟତକୁ ସମ୍ମାନିତ କରାଯାଇଥିଲା । ବ୍ଲକର ବିଭିନ୍ନ ବିଭାଗରେ ଭଲ କାର୍ଯ୍ୟ କରୁଥିବା ଅଧିକାରୀ ତଥା କର୍ମଚାରୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ ସାହୁଙ୍କ ସମେତ ବ୍ଲକର ସମସ୍ତ କନିଷ୍ଠ ଯନ୍ତ୍ରୀ,ବିଭିନ୍ନ ବିଭାଗର କର୍ମଚାରୀଙ୍କ ସମେତ ବିଭିନ୍ନ ପାଞ୍ଚୟତର ଜନ ପ୍ରତିନିଧି ଓ ମିଶନ ଶକ୍ତି ମହିଳା ଉପସ୍ଥିତ ଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.