ବେଗୁନିଆପଡା ବ୍ଲକରେ ସାଧାରଣତନ୍ତ୍ର ଦିବସ ପାଳିତ ।

0 202

ବେଗୁନିଆପଡା,୨୭/୦୧(ପିପିଟି): ଭାରତର ୭୭ ତମ ସାଧାରଣତନ୍ତ୍ର ଦିବସ ବେଗୁନିଆପଡା ବ୍ଲକର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ବ୍ଲକ କାର୍ଯ୍ୟାଳୟ ପରିସରରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ବ୍ଲକ ଅଧ୍ୟକ୍ଷା ରେଣୁ ଗୌଡ଼, ବିଡ଼ିଓ ଦିବ୍ୟ ରଞ୍ଜନ ବିଶ୍ୱାଳ, ଏବିଡ଼ିଓ ନିରଞ୍ଜନ ବେହେରା,ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ସାହୁଙ୍କ ସମେତ ବ୍ଲକ କର୍ମଚାରୀ ନିକଟସ୍ଥ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । କୋଦଳା ଥାନାର ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ପତାକା ଉତ୍ତୋଳନ କରିଥିବା ବେଳେ,ସମସ୍ତ ଥାନା କର୍ମକର୍ତ୍ତା ଉପସ୍ଥିତ ଥିଲେ, ବେଗୁନିଆପଡା ଥାନା ଓ ବେଗୁନିଆପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଏସ ଆଇ ଜଗଦିଶ ପଣ୍ଡା ପତାକା ଉତ୍ତୋଳନ କରିଥିବା ବେଳେ ଥାନାରେ ସମସ୍ତ ଥାନା କର୍ମଚାରୀ । କାଳିମେଘି ପଞ୍ଚାୟତରେ ସରପଞ୍ଚ ଅର୍ଚନା ତ୍ରିପାଠୀ ପତାକା ଉତ୍ତୋଳନ କରିଥିଲେ । ସେହିପରି ଓଡିଶା ଆଦର୍ଶ ବିଦ୍ୟାଳୟରେ କୋଦଳା ତହସିଲଦାର ସସ୍ମିତା ଶତପଥି ଉପସ୍ଥିତ ରହି ପତାକା ଉତ୍ତୋଳନ କରିଥିବା ବେଳେ ଅଧ୍ଯକ୍ଷ ମିଲନ ପୁରୋହିତଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । କେବଳ ସ୍ୱାଧୀନତା ଦିବସ କିମ୍ବା ସାଧାରଣ ତନ୍ତ୍ର ଦିବସ ପାଳନ କରିଦେଲେ ହେବ ନାହିଁ ଏଥିପାଇଁ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ସଚେତନ ରହିବା ସହ ପାଳନ କରିବା ପାଇଁ ଚେଷ୍ଟା ଜାରିରହିବା ଆବଶ୍ୟକ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସେହିପରି ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ,ବିଦ୍ୟାଳୟ ଗୁଡିକ ମଧ୍ୟ ପାଳନ କରାଯାଇଛି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Leave A Reply

Your email address will not be published.