କୋଦଳା,୦୨/୧୧(ପିପିଟି):ଗୁରୁବାର ଗଞ୍ଜାମ ଜିଲ୍ଲାର ସମସ୍ତ ବିଧାନସଭା କ୍ଷେତ୍ର ର ପ୍ରତ୍ୟେକ ବ୍ଲକ ଠାରେ ” ଆମ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ କୁ ଆମ ଓଡିଶା ନବୀନ ଓଡିଶା ତଥା 5t ଅଧ୍ୟକ୍ଷ୍ୟ ଭି କେ ପାଣ୍ଡିଆନ ଙ୍କ ଉପସ୍ଥିତିରେ ଭରଚୁଆଲ ମାଧ୍ୟମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ସେହିକ୍ରମରେ ବେଗୁନିଆପଡା ବ୍ଲକର ଷ୍ଟାଡ଼ିଅମ ପରିସରରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଆମ ଓଡିଶା ନବୀନ ଓଡିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତିଭୂମି ସୁଦୃଢ ହୋଇପାରିଛି ବୋଲି କହିଥିଲେ। କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଉନ୍ନୟନ କାର୍ଯ୍ୟର ରୂପାନ୍ତରୀକରଣ ନିମନ୍ତେ ୨୧ କୋଟି ୫୦ ଲକ୍ଷର ପ୍ରକଳ୍ପ ପାଇଁ ଅନୁମୋଦନ ମିଳିଥିବା ରୁ ମୁଖ୍ୟମନ୍ତ୍ରୀ ଓ 5t ଅଧ୍ୟକ୍ଷଙ୍କୁ ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ ପକ୍ଷରୁ ଧନ୍ୟବାଦ ପ୍ରଦାନ କରିଥିଲେ ବିଧାୟିକା ଲତିକା ପ୍ରଧାନ । ତତ ସହିତ ବ୍ଲକର ପ୍ରତ୍ୟକ ପଞ୍ଚାୟତର ମନ୍ଦିର ଓ ବିଭିନ୍ନ ସମୂହ ଅନୁଷ୍ଠାନ ଗୁଡିକର ଉନ୍ନତି କରଣ ପାଇଁ ୫୦ ଲକ୍ଷ ଲେଖାଏଁ ଅନୁଦାନ ମିଳିବା ନେଇ ଅଧ୍ୟକ୍ଷ ପ୍ରକାଶ କରିଥିଲେ । କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ସୁକାନ୍ତ କୁମାର ମିଶ୍ର,ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ, କୋଦଳା ତହସିଲଦାର ସସ୍ମିତା ଶତପଥୀ, ବ୍ଲକ ଅଧକ୍ଷା ରେଣୁ ଗୌଡ଼, ଉପାଧ୍ୟକ୍ଷ ସୁଧାକର ପ୍ରଧାନଙ୍କ ସମେତ,ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ,ସରକାରୀ କର୍ମଚାରୀ ଓ ଏସଏଚଜି ମହିଳା ଯୋଗ ଦେଇଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )