ବେଗୁନିଆପଡା ଥାନା ବି ନୂଆଁପଲ୍ଲୀରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା ଅଭିଯୋଗ ।

0 200

କୋଦଳା,୦୧/୦୭(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ରେ ଏକ ଚାଞ୍ଚଲ୍ୟକର ଲୋମ ହର୍ଷଣ ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁଯାଇ ବେଗୁନିଆପଡା ଥାନା କେ ବରିଡା ପଞ୍ଚାୟତ ବି ନୂଆଁପଲ୍ଲୀରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା କରିଥିବା ନେଇ ବେଗୁନିଆପଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଛି ।ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପକ୍ଷରୁ ଛାନଭିନ୍ ଆରମ୍ଭ କରିଛି । ୩ ରୁ ଉର୍ଦ୍ଧ୍ବ ଯୁବକ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରି ମାରି ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ନିରାକାର ଦାସ ନାମକ ଯୁବକଙ୍କୁ ହତ୍ୟା କରାଯାଇଥିବା ସୂଚନା। ଗତ ବିଳମ୍ବିତ ରାତିରେ ଏଭଳି ହତ୍ୟାକାଣ୍ଡ ଘଟିଥିବା ସୂଚନା। ଘଟଣା ପରେ ବେଗୁନିଆପଡ଼ା ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ପରିବାର ଲୋକେ ବେଗୁନିଆପଡ଼ା ଥାନାରେ ଏତଲା ଦେଇଛନ୍ତି । ପୋଲିସ ଘଟଣାରେ ୪ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Leave A Reply

Your email address will not be published.