ବେଗୁନିଆପଡା ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାହିଁ ବିଜ୍ଞାନ ଷ୍ଟ୍ରିମ୍ ।

0 237

କୋଦଳା,୧୮/୦୭(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ହେଡ୍ କ୍ୱାଟର ସ୍ଥିତ ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନାହିଁ ବିଜ୍ଞାନ ଷ୍ଟ୍ରିମ୍ । ୧୯୯୧ ମସିହାରେ ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାପିତ ହୋଇଥିବା ବେଳେ ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନାମରେ ନାମିତ ହୋଇଛି । ସେହି ସମୟ ରେ ଏହି ଅଂଚଳ ର ଶିକ୍ଷା ପ୍ରତି ସଚେତନ ଥିବା ବ୍ୟକ୍ତିବିଶେଷ ଯଥା ନିକୁଞ୍ଜ ବିହାରୀ ପାଣିଗ୍ରାହୀ, ସୁରେଶ ସ୍ବାଇଁ, ରାମକୃଷ୍ଣ ଦୋରା,ଗୋଦାବରୀଶ ମିଶ୍ର ସମେତ ଅନ୍ୟାନ୍ୟ ବ୍ୟକ୍ତିବିଶଷ ମାନଙ୍କ ଆନ୍ତରିକତା ରେ ଏହି ମହାବିଦ୍ୟାଳୟଟି ଆରମ୍ଭ ହୋଇଥିଲା । କିନ୍ତୁ ଦୁଖଃର ବିଷୟ ଗତ କିଛିବର୍ଷ ହେଲା ଏହି ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ଷ୍ଟ୍ରିମ୍ ନାହିଁ । ଏଠାରେ ଛାତ୍ରଛାତ୍ରୀ ମାନେ କେବଳ ଯୁକ୍ତ ଦୁଇ କଳା ରେ ଅଧ୍ୟୟନ କରୁଛନ୍ତି । ସୂଚନା ମୁତାବକ ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉପରେ ବେଗୁନିଆପଡା ବ୍ଲକ ର ପ୍ରାୟ ୧୭ ଗୋଟି ପଞ୍ଚାୟତ ଏବଂ ଖଲ୍ଲିକୋଟ ବ୍ଳକ୍ ର ପ୍ରାୟ ଦୁଇ ଗୋଟି ପଞ୍ଚାୟତ ର ଛାତ୍ରଛାତ୍ରୀ ମାନେ ଅଧ୍ୟୟନ ପାଇଁ ନିର୍ଭର କରିଥାନ୍ତି । ଯେଉଁ ଛାତ୍ରଛାତ୍ରୀ ମାନଙ୍କ ବିଜ୍ଞାନ ବିଷୟରେ ପଢିବା ପାଇଁ ଇଛା ସେମାନେ ବାଧ୍ୟ ହୋଇ ଦୂରଦୂରାନ୍ତର ରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କିମ୍ବା ବେସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଯିବାକୁ ପଡିଥାଏ ଫଳରେ ସେମାନଙ୍କ ଅଭିଭାବକ ମାନେ ବହୁ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ଫଳରେ କିଛି ଛାତ୍ରଛାତ୍ରୀ ମାନେ ବାଧ୍ୟ ହୋଇ କଳା ବିଷୟରେ ଅଧ୍ୟୟନ କରିଥାନ୍ତି । ଜନତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗ ବର୍ତ୍ତମାନ ନ ଥିବା କଲେଜ କର୍ତ୍ତୃପକ୍ଷଙ୍କ କିଛି ତୃଟି ନା ଉଚ୍ଚ ଶିକ୍ଷା ବିଭାଗର ଗୌଣ ମନୋଭାବ ନା ସ୍ଥାନୀୟ ରାଜନୈତିକ ଜନପ୍ରତିନିଧିଙ୍କ ଅପାରଗତା ? ଏ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ନେଇ ଜନତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ଯ ସମ୍ଭବ ପର ହୋଇପାରିନାହିଁ । ଆସନ୍ତୁ ଜାଣିବା ଏ ନେଇ ସ୍ଥାନୀୟ ଅଞ୍ଚଳର ରକ୍ଷଣଶୀଳ ବ୍ୟକ୍ତିବିଶେଷ ମାନେ କଣ କହୁଛନ୍ତି ।

ଜଟେଶ୍ୱର ସାହୁ,ଶିକ୍ଷାବିତ କହିଛନ୍ତି ବିଜ୍ଞାନ ବିଷୟ ବନ୍ଦ ହେବା ଦ୍ବାରା ଆମ ଅଂଚଳର ବହୁ ମେଧାବୀ ଏବଂ ଆର୍ଥିକ ସ୍ୱଚ୍ଛଳ ନଥିବା ଛାତ୍ରଛାତ୍ରୀ ମାନେ ବିଜ୍ଞାନ ବିଷୟ ପଢ଼ି ପାରୁ ନାହାଁନ୍ତି । ବେଳେ ବେଳେ ବାଧ୍ୟ ହୋଇ ସେମାନେ କଳା ବିଷୟ ରେ ପଢୁଛନ୍ତି କିମ୍ବା ଅନ୍ୟ କିଛି କରୁଛନ୍ତି ଏବଂ ଆର୍ଥିକ ସ୍ୱଚ୍ଛଳ ଥିବା ବ୍ୟକ୍ତି ବିଶେଷ ମାନେ ବାଧ୍ୟ ହୋଇ ନିଜର ପିଲା ମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବାହାରେ ପଢ଼ାଉଛନ୍ତି ।

ବିଜୟ କୁମାର ଦୋରା, ରାଜନୈତିକ ବ୍ୟକ୍ତିବିଶେଷ କହିଛନ୍ତି ଏହା ଅତ୍ୟନ୍ତ ଦୁଃଖ ଏବଂ ପରିତାପର ବିଷୟ । ରାଜନୈତିକ ବ୍ୟକ୍ତିବିଶେଷଙ୍କ ମନୋଭାବର ଅଭାବ ଯୋଗୁଁ ବିଜ୍ଞାନ ବିଷୟ ନାହିଁ । ଫଳରେ ଆମ ଅଂଚଳର ବହୁ ମେଧାବୀ ଛାତ୍ରଛାତ୍ରୀ ମାନେ ପାଠ ପଢି ପାରୁ ନାହାନ୍ତି । ଏନେଇ ଆମେ ସମସ୍ତେ ଚେଷ୍ଟା କଲେ ପୁଣି ଆମ ଅଂଚଳର ଛାତ୍ରଛାତ୍ରୀ ମାନେ ଉପକୃତ ହୋଇ ପାରନ୍ତେ ।

ବୁଦ୍ଧଦେବ ପରିଡ଼ା ,ପୁରାତନ ଛାତ୍ର ତଥା ଆଇନଜୀବୀ କହିଛନ୍ତି ମୁଁ ପଢ଼ିବା ସମୟରେ ବିଜ୍ଞାନ ଏବଂ କଳା ବିଷୟ ଥିଲା । ବର୍ତ୍ତମାନ କିଛି ବର୍ଷ ହେଲା ବିଜ୍ଞାନ ବିଷୟ ଉଠିଯାଇଛି । ଏହା ଅତ୍ୟନ୍ତ ଦୁଃଖ ର ବିଷୟ । ପୁଣି ବିଜ୍ଞାନ ବିଷୟ ଖୋଲିବା ପାଇଁ ମୁଁ ସରକାରଙ୍କ ପାଖରେ ଆପଣଙ୍କ ଗଣମାଧ୍ୟମରେ ଦାବୀ କରୁଛି ।

ସନ୍ତୋଷ କୁମାର ଜେନା,ଆଇନଜୀବୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟ, କଟକ, କହିଛନ୍ତି ସାଂପ୍ରତିକ ପରିସ୍ଥିତିରେ ବିଜ୍ଞାନ ପାଠ୍ୟକ୍ରମ ଗୁରୁତ୍ତ୍ଵ ବହନ କରୁଥିବା ବେଳେ ଏହି ମହାବିଦ୍ୟାଳୟରେ ବିଜ୍ଞାନ ବିଷୟ ନଥିବା ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ବିଜ୍ଞାନ ବିଷୟ ପୁଣି ଖୋଲିବା ପାଇଁ ମୁଁ କବିସୂର୍ଯ୍ୟନଗର ବିଧାୟକ ଏବଂ ଶିକ୍ଷାମନ୍ତ୍ରୀଙ୍କୁ ଜଣାଇବି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ )

Leave A Reply

Your email address will not be published.